ଗର୍ଭଗୃହରେ ମୂଷାଙ୍କ ଉତ୍ପାତ । ଖାଇଯାଉଛନ୍ତି ମହାପ୍ରଭୁଙ୍କ ବସ୍ତ୍ର ଓ ଅତ୍ୟାବଶ୍ୟକୀୟ ଜିନିଷ । ୨ମାସ ହେଲା ବସୁଛି ଯନ୍ତା ହେଲେ ଧରାପଡୁନାହାଁନ୍ତି ମୂଷିକ ମହାରାଜ

42

କନକ ବ୍ୟୁରୋ: ଗର୍ଭଗୃହରେ ମୂଷା। ଖାଇଯାଉଛି ମହାପ୍ରଭୁଙ୍କ  ପିନ୍ଧିବିଥିବା ଵସ୍ତ୍ର ଓ ବିଭିନ୍ନ ଅତ୍ୟାବଶ୍ୟକ ଜିନିଷ । କ୍ରମାଗତ ଖାଇ ଚାଲିଥିବାରୁ ଚିନ୍ତା ବଢ଼ିଛି। ପରିସ୍ଥିତି ଉଦବେଗଜନକ ହୋଇଛି। ମୂଷା ଧରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବି ଯୋଜନା କରିଛି। ଗର୍ଭଗୃହରେ ଯନ୍ତା ବସିଛି। ଯନ୍ତାରେ କଖାରୁ ଲାଗିଛି। ହେଲେ ମୂଷା ଖାଇବାକୁ ଆସୁନି। ରାତିରେ ଯେମିତି ରଖା ଯାଇଥିଲା ଯନ୍ତାକୁ ସକାଳେ ସେମିତି ବାହାର କରାଯାଉଛି।

Source:http:padmatravels.in

ମୂଷାକୁ ଯନ୍ତାଆଡକୁ ଆକର୍ଷିତ କରିବା ପାଇଁ ଗୁଆଘିଅ ମଧ୍ୟ ଲଗାଯାଉଛି। ହେଲେ ତଥାପି ଯନ୍ତାରେ ପଡୁ ନାହାନ୍ତି ମୂଷା । ଦୀର୍ଘ ଦୁଇମାସ ଧରି ମୂଷା କୁ ଧରିବା ପାଇଁ ଚେଷ୍ଟା କରାଯାଉଥିବା ବେଳେ ମୂଷା ଯନ୍ତା ରେ ଧରାଦେଉନାହିଁ। ଯାହାକୁ ନେଇ ପ୍ରଶାସନ ଚିନ୍ତାରେ। ଅନ୍ୟପଟେ ଏହି ମୂଷା ମାନଙ୍କ ଗତିବିଧିକୁ ଲକ୍ଷ୍ୟ କରାଯାଉଥିବା ପ୍ରଶାସନ କହିଛି। ଏଣେ ମହାପ୍ରଭୁଙ୍କ ପିନ୍ଧିବିଥିବା ଵସ୍ତ୍ର ଓ ବିଭିନ୍ନ ଅତ୍ୟାବଶ୍ୟକ ଜିନିଷକୁ ନଷ୍ଟ କରିଦେଉଥିବା ପ୍ରଶାସନ କହିଛି।

ଏଭଳି ଏକ ବିଚିତ୍ର ସ୍ଥିତି ଗର୍ଭଗୃହରେ ସୃଷ୍ଟି ହୋଇଛି। ସେବାୟତଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ମୁଣ୍ଡବ୍ୟଥା କରାଇଛି ମୂଷା। ମହାପ୍ରଭୁଙ୍କ ସେବାରେ ଏ ଯାବତ୍ କୌଣସି ବୁଝାମଣା କରାଯାଇନଥିବା ବେଳେ ସାମାନ୍ୟ ମୂଷା ନୟାନ୍ତ କରିଛି। ଗର୍ଭଗୃହରେ ମହାପ୍ରଭୁଙ୍କ ପିନ୍ଧିବି ଵସ୍ତ୍ର ଓ ବିଭିନ୍ନ ଅତ୍ୟାବଶ୍ୟକ ଜିନିଷ ରହୁଛି।