ପୁରୀର କାକଟପୁର ଅଂଚଳରୁ ୧୬ଲକ୍ଷ ୭୦ହଜାର ଟଙ୍କା ଜବତ ! ରାସ୍ତାକଡରେ ଛିଡା ହୋଇଥିବା କାରରୁ ଟଙ୍କା ଜବତ କଲା ଫ୍ଲାଇଂ ସ୍କ୍ୱାର୍ଡ
କନକ ବ୍ୟୁରୋ : ସାରା ଓଡିଶାରେ ନିର୍ବାଚନୀ ମାହୋଲ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଯାଇଛି । ତେବେ ଆହୁରି ତିନିଟି ପର୍ଯ୍ୟାୟ ନିର୍ବାଚନ ବାକି ଅଛି । ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ଗାଡ଼ି ଯାଂଚ କରାଯାଉଛି । ନିର୍ବାଚନ ଆଚରଣ ସଂହିତା ଉଲଙ୍ଗନ ନକରିବା ପାଇଁ ନିର୍ବାଚନ ଫ୍ଲାଇଂ ସ୍ୱାର୍ଡ଼ ଗାଡ଼ି ଯାଂଚ କରୁଛନ୍ତି । ଏହି ସମୟରେ ପୁରୀର କାକଟପୁର ଅଂଚଳରୁ ଜବତ ହୋଇଛି ୧୬ଲକ୍ଷ ୭୦ହଜାର ଟଙ୍କା ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଜି ନିର୍ବାଚନ ଫ୍ଲାଇଂ ସ୍ୱାର୍ଡ଼ ଦ୍ୱାରା ଗାଡ଼ି ଯାଂଚ ବେଳେ ବିଳମ୍ବିତ ରାତ୍ରିରେ କାକଟପୁର ଅଂଚଳର ରାସ୍ତାକଡରେ ଛିଡା ହୋଇଥିବା କାରରୁ ଟଙ୍କା ଜବତ କରିଛି ଫ୍ଲାଇଂ ସ୍କ୍ୱାର୍ଡ । ଜଣେ ସରପଞ୍ଚଙ୍କ କାରରୁ ସ୍ୱତନ୍ତ୍ର ଫ୍ଲାଇଂ ସ୍ୱାର୍ଡ଼ ଏହି ଟଙ୍କା ଜବତ କରିଥିବା ସୂଚନା ମିଳିଛି । ଟଙ୍କା ମିଳିବା ପରେ ଫ୍ଲାଇଂ ସ୍କ୍ୱାର୍ଡର ଛାନଭିନ୍ କରୁଛି ।