୧ କୋଟି ଲୋକଙ୍କୁ ମିଳିବ ଚାକିରି ! ଆକଳନ କଲେ କେନ୍ଦ୍ର ସରକାର

48

ଆଗାମୀ ସମୟରେ ୧ କୋଟି ଲୋକଙ୍କୁ ଚାକିରି ମଳିବ ବୋଲି ସରକାର ଆଶା ରଖିଛନ୍ତି । କାରଣ ପେନସନ୍ ପ୍ରୋତ୍ସାହନ ଯୋଜନା ଅନୁସାରେ ସରକାର ୩ ବର୍ଷ ପର୍ଯ୍ୟନ୍ତ ନୂଆ କର୍ମଚାରୀଙ୍କୁ ମୂଳ ଦରମାର ୧୨ ପ୍ରତିଶତ ପର୍ଯ୍ୟନ୍ତ ପେନସନ ଦେବେ । ଏହି ଯୋଜନା ଅନୁସାରେ ସରକାର ଆଶା ରଖିଛନ୍ତି କମ୍ପାନୀ ଗୁଡ଼ିକ ଉପରେ ଦରମା ବୋଝ କମ୍ ପଡ଼ିବ ଏବଂ ଏଥିପାଇଁ ଅନେକ ଲୋକଙ୍କୁ ଚାକରି ପାଇଁ ସୁଯୋଗ ମିଳିବ ।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟରେ ପେନସନ୍ ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁରି ମିଳିଛି । ଏହି ଯୋଜନା ଅନୁସାରେ ସରକାର ୩ ବର୍ଷ ପର୍ଯ୍ୟନ୍ତ ନୂଆ କର୍ମଚାରୀଙ୍କ ମୂଳ ଦରମାର ୧୨ ପ୍ରତିଶତ ପର୍ଯ୍ୟନ୍ତ ପେନସନ ପ୍ରଦାନ କରିବେ । ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି, କେନ୍ଦ୍ର ସରକାର ଚାକିରି ଦେବାର ପ୍ରତିଶ୍ରୁତିକୁ ପାଳନ କରୁଛନ୍ତି । ୨୦୧୬ରେ ଏହି ଯୋଜନାକୁ ଲାଗୁ କରାଯାଇଥିିଲା । ଏଥିରେ ଉପଭୋକ୍ତଙ୍କ ପେନସନରେ ସରକାରଙ୍କ ଅଶଂଦାନ ୮.୩୩ ପ୍ରତିଶତ ଦୋବର ଥିବା । ସରକାର ଏବେ ଏହିି ଯୋଜନାର ସମସୟସୀମା ବୃଦ୍ଧି କରିଛନ୍ତି । ଏହି ଯୋଜନା ପୋଷାକ ବ୍ୟବସାୟ କ୍ଷେତ୍ରରେ ଲାଗୁ ହୋଇସାରିଛି । ଏବେ ସରକାର ପେନସନରେ ନିଜର ଅଂଶକୁ ୮.୩୩ରୁ ବଢ଼ାଇ ୧୨ ପ୍ରତିଶତ କରିଛନ୍ତି ।

ସନ୍ତୋଷ ଗଙ୍ଗୱାରଙ୍କ କହିବା ଅନୁସାରେ ୨୦୧୬ରେ ପ୍ରଧାନମନ୍ତ୍ରୀ ରୋଜଗାର ପ୍ରୋତ୍ସାହନ ଯୋଜନା ଲାଗୁ କରାଯାଇଥିଲା । ସେବେଠୋରୁ ଏବେ ପର୍ଯ୍ୟନ୍ତ ୩୦ ଲକ୍ଷ ଲୋକ ଏହି ଯୋଜନାର ଲାଭ ଉଠାଇ ସାରିଛନ୍ତି । ସରକାରକାଙ୍କ ଆଶା ଏହି ଯୋଜନା ଅନୁସାରେ ୧ କୋଟି ଲୋକଙ୍କୁ ଚାକିରି ମିଳିବ । ସେ କହିଛନ୍ତି ଏହି ଯୋଜନାକୁ ସଫଳ କରିବା ପାଇଁ ସରକାର ଏହାର ବଜେଟ୍ ୬,୫୦୦ରୁ ବୃଦ୍ଧି କରି ୧୦,୦୦୦ କୋଟି ରଖିବେ ।

ସୂଚନା ଅନୁସାରେ ଯେଉଁ କର୍ମଚାରୀଙ୍କୁ ୮.୩୩ ପ୍ରତିଶତ ପେନସନ ପ୍ରୋତ୍ସାହନ ଅନୁସାରେ ଦିଆଯାଇଥିିଲା, ତାଙ୍କୁ ନୂଆ ଯୋଜନା ଅନୁସାରେ ୧୨ ପ୍ରତିଶତ ହିସାବରେ ବାକି ଟଙ୍କା ଦିଆଯିବ । । ତେବେ ଏହି ଟଙ୍କା ଚାକିରି ମିଳିବାର ପ୍ରାଥମିକ ୩ ବର୍ଷ ପର୍ଯ୍ୟନ୍ତ ପାଇଁ ହିଁ ଏହି ସୁବିଧା ମିଳିବ । ଯେଉଁ କର୍ମଚାରୀମାନେ ୧, ଅପ୍ରେଲେ ୨୦୧୬ କିମ୍ବା ତା’ପରୁ ଠାରୁ ନିଯୁକ୍ତ ପାଇଛନ୍ତି ତାଙ୍କୁ ଏହି ସୁବିଧା ମିଳିବ କିନ୍ତୁ ଗୋଟିଏ ସର୍ତ୍ତରେ । ଯଦି ତାଙ୍କର ଦରମା ୧୫୦୦୦ ଟଙ୍କା ରହିଛି ।