ପୁରୀ ଜିଲ୍ଲାର କୃଷ୍ଣପ୍ରସାଦପୁରରେ ଆରମ୍ଭ ହେଲା କୁକୁଡା ମରା ଅଭିଯାନ । ଏକ କିଲୋମିଟର ମଧ୍ୟରେ ମରାଯିବ ସବୁ କୁକୁଡା

133

କନକ ବ୍ୟୁରୋ : ପୁରୀ ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକରେ ଆଜିଠାରୁ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଛି ।  ବିଭିନ୍ନ ଗାଁରେ ବାର୍ଡ ଫ୍ଲ ଚିହ୍ନଟ ହୋଇଥିବା କୃଷି ଓ ପଶୁ ସଂପଦ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି । ପ୍ରତିକାର ପାଇଁ କୃଷ୍ଣପ୍ରସାଦକୁ ବିଶେଷଜ୍ଞ ଦଳ ଯାଇଛନ୍ତି । ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ଗାଁରେ ଗାତ ଖୋଳି କିଛି କୁକୁଡାକୁ ପୋତାଯାଇଛି ।  ଏବଂ କିଛି କୁକୁଡାକୁ ପୋଡା ଯାଇଛି । ଯେଉଁମାନଙ୍କର କ୍ଷତି ହୋଇଛି ସେମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

କୁକୁଡା ମାରିବା ପାଇଁ ୧୦ଟି ରାପିଡ୍ ରେସପନସ ଟିମ୍ ଗଠନ କରାଯାଇଛି । ଏକ କିଲୋମିଟର ମଧ୍ୟରେ ଥିବା ସମସ୍ତ କୁକୁଡାକୁ ମରାଯିବ ।ପୁରୀରେ କାଉ ମଡ଼କ ଓ କୃଷ୍ଣପ୍ରସାଦରେ ହଜାର ହଜାର କୁକୁଡ଼ା ମରିପଡିବା ପରେ ପୁଣି ଫେରିଛି ବାର୍ଡ ଫ୍ଲୁ ଆତଙ୍କ । କୃଷ୍ଣପ୍ରସାଦ ବ୍ଳକର ସାନସାହି, ପଥରଗଂଜ, ମାଲୁଦ ଅଂଚଳରୁ  ଭୋପାଳ ଲାବୋରେଟୋରୀକୁ ପଠାଯାଇଥିଲା ସାମ୍ପଲ୍ । ୨ଟି କାଉ ଓ ୨ଟି କୁକୁଡ଼ା ସାମ୍ପଲରେ  ରହିଛି ବାର୍ଡ-ଫ୍ଲୁ ପିଜିଟିଭ୍ । ଏହି ରିପୋର୍ଟ ଆସିବା ପରେ ଆରମ୍ଭ ହୋଇଯାଇଛି ତନାଘନା । ଫାଷ୍ଟ ଫୁଡ୍ ଦୋକାନ ଓ କୁକୁଡ଼ା ଫାର୍ମଗୁଡିକରେ ଚଢ଼ାଉ କରାଯିବାକୁ ତହସିଲଦାର ଓ ବିଡିଓକୁ ନିର୍ଦ୍ଦେଶ ଦିଆଯାଇଛି । ୧୦ ଦିନ ପର୍ଯ୍ୟନ୍ତ କୁକୁଡ଼ା ମାଂସ, ଅଣ୍ଡା ନ ଖାଇବାକୁ ସତର୍କ କରାଯିବା ସହ କୃଷ୍ଣପ୍ରସାଦ ବ୍ଳକରେ ଥିବା ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ ।

କୁକୁଡ଼ା ମରାଯାଉଥିବା ଅଂଚଳର ଏକ କିଲୋମିଟର ପରିଧି ମଧ୍ୟରେ ଗାଡ଼ି ମଟର ବାରଣ କରାଯାଇଥିବା ବେଳେ ସାଧାରଣ ଚଳପ୍ରଚଳକୁ ନିଷିଦ୍ଧ କରାଯିବ । କୁକୁଡ଼ା ମରାଯିବା ପରେ ଗାତରେ ଚୁନ, ଫିନାଇଲ ଓ ବ୍ଲିଚିଂ ପକାଯାଇ ପୋତି ଦିଆଯାଇଛି ।