ବାରମ୍ବାର ଟାୟାର ପମ୍ପଚର ହେଉଛି କି? ଆପଣାନ୍ତୁ ଏହି ଉପାୟ , ମେକାନିକର ଆବଶ୍ୟକତା ପଡିବନି

33

ଦୁଇଚକିଆ ଯାନ ହେଉ କିମ୍ବା ଚାରିଚକିଆ ଯାନ ଯେକୌଣସି ସ୍ଥାନରେ ପମ୍ପଚର ହେବାର ଭୟ ଲାଗି ରହିଥାଏ । ଏହି ସମୟରେ ଯଦି ବାହାରକୁ ବୁଲିବାକୁ ପ୍ରୋଗ୍ରାମ ରଖିଥାନ୍ତି ଏବଂ ପାଖରେ ମେକାନିକ ନଥାଏ ତେବେ ନାହିଁ ନଥିବା ଅସୁବିଧାର ସାମନା କରିବାକୁ ପଡିଥାଏ । କିନ୍ତୁ ବର୍ତ୍ତମାନ ଏହି ଅସୁବିଧାରୁ ରକ୍ଷା ପାଇବା ପାଇଁ ବଜାରକୁ ଏକ ଲିକ୍ୱିଡ ଆସିଯାଇଛି ଯାହାକୁ ବ୍ୟବହାର କରିବା ପରେ ଆଉ ଗାଡି ପମ୍ପଚର ହେବନି ।

ଆଣ୍ଟି ପମ୍ପଚର ଲିକ୍ୱିଡ :
ବଜାରରେ ଆଣ୍ଟି ପମ୍ପଚର ଲିକ୍ୱିଡ ନାମରେ ଆପଣ ଏହି ଲିକ୍ୱିଡକୁ କିଣିପାରିବେ । ୫୦୦ ଟଙ୍କାରୁ ଆରମ୍ଭ ହୋଇ ୮୦୦ ଓ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଏହାର ଦାମ ରହିଥିବାବେଳେ ଦାମ ବଢିବା ସହ ଲିକ୍ୱିଡର ମାତ୍ରାରେ ମଧ୍ୟ ବୃଦ୍ଧି ହୋଇଥାଏ ।

ଏମିତି କରେ କାମ :
ଏହି ଲିକ୍ୱିଡକୁ କାର,ବାଇକ କିମ୍ବା ସ୍କୁଟରରରେ ଭର୍ତ୍ତି କରାଯାଏ । ଭର୍ତ୍ତି କରିବାର ଦୁଇଟି ପ୍ରକ୍ରିୟା ଅଛି । ପ୍ରଥମେ ଇଞ୍ଜେକସନ ମାଧ୍ୟମରେ ଏହାକୁ ଚକା ଭି୍ତରକୁ ପ୍ରବେଶ କରାଯାଏ କିମ୍ବା ଟାୟାରର ନଟ ମାଧ୍ୟମରେ ଲିକ୍ୱିଡକୁ ଚକା ଭିତରେ ପ୍ରବେଶ କରାଯାଏ । ଟାୟାରରେ ଭିତରେ ପହଞ୍ଚିବା ପରେ ଏହା ଭିତରର ସବୁ ସ୍ଥାନକୁ ଆବରଣ କରିଥାଏ । ଯଦି ଦୁର୍ଭାଗ୍ୟବଶତଃ ଟାୟାର ପମ୍ପଚର ବି ହୋଇଯାଏ ତେବେ ପମ୍ପଚର ହୋଇଥିବା ଜାଗାରୁ ଏହି ଲିକ୍ୱିଡ ବାହାରକୁ ବାହାରି ଶୁଖିଯାଇଥାଏ । ଯାହା ଫଳରେ ପବନ ବାହାରକୁ ବାହାରି ପାରେନି । ଏହି ଲିକ୍ୱିଡକୁ ବିକ୍ରି କରୁଥିବା କମ୍ପାନୀ ୧୦ ହଜାର କି.ମି ପର୍ଯ୍ୟନ୍ତ ଏହା କାମ କରିପାରିବାର ଗ୍ୟାରେଣ୍ଟି ଦେଉଛନ୍ତି ।