ସିକ୍ସର କିଙ୍ଗଙ୍କୁ ସବୁଦିନ ମନେ ରଖିବ ବାରବାଟୀ । ଓଡିଶାବାସୀ ଭୁଲିବେନି ଯୁବିଙ୍କ କୀର୍ତ୍ତି ।

272

କନକ ବ୍ୟୁରୋ : ଶେଷ ହୋଇଛି ଯୁବରାଜଙ୍କ ଯୁଗ । କ୍ରିକେଟରୁ ସନ୍ୟାସ ନେଇସାରିଛନ୍ତି ସିକ୍ସର କିଙ୍ଗ । ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା ଜଣାଇଛନ୍ତି ଭାରତର ୨୦୦୭ ଟି୨୦ ବିଶ୍ୱକପ ଓ ୨୦୧୧ କ୍ରିକେଟ ବିଶ୍ୱକପରେ ବିଜୟର ହିରୋ ଯୁବରାଜ ସିଂହ । ପ୍ରାୟ ୨୦ବର୍ଷ ଧରି କ୍ରକେଟ ସହ ଜଡିତ ଥିଲେ ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ । ତେବେ ଓଡିଶା ସହ ମଧ୍ୟ ଯୁବରାଜଙ୍କ ଅନେକ ସ୍ମରଣୀୟ ମୁହୂର୍ତ୍ତ ରହିଛି । ଓଡ଼ିଶା ବିପକ୍ଷରୁ ସେ ତାଙ୍କର ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିଲେ । ଏଥି ସହିତ ବାରବାଟୀ ଷ୍ଟାଡିୟମରେ ସେ ୫ଟି ମ୍ୟାଚ ଖେଳିଥିଲା ବେଳେ ଗୋଟିଏ ଶତକ ସହାୟତାରେ ୧୯୦ ରନ୍ କରିଛନ୍ତି । ଏହାମଧ୍ୟରେ ୨୦୧୭ରେ ଇ˚ଲଣ୍ତ ବିପକ୍ଷରେ ସେ ହାସଲ କରିଥିବା ୧୫୦ ରନ୍ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଭାବେ ପରିଗଣିତ ହୋଇଆସୁଛି । ଐତିହାସିକ ବାରବାଟୀ କ୍ରିକେଟ୍ ଷ୍ଟାଡିୟମ, କଟକରେ ଅନର୍ଜାତୀୟ ଦିନିକିଆରେ ନିଜର ବ୍ୟକ୍ତିଗତ ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଯୁବରାଜ ।

ଅନ୍ୟପକ୍ଷରେ ଭାରତୀୟ ଦଳର ସଦସ୍ୟ ଭାବେ ଯୁବରାଜ ବାରବାଟୀରେ ୫ ମ୍ୟାଚ୍ ଖେଳିଛନ୍ତି । ୨୦୦୦ ମସିହାରେ ସେ ଆନ୍ତର୍ଜାତିକ କ୍ରିକେଟରେ ପ୍ରବେଶ କରିଥିଲା ବେଳେ ସେହି ବର୍ଷ ଡିସେମ୍ବର ୨ ତାରିଖରେ ଜିମ୍ବାୱେ ବିପକ୍ଷରେ ସେ ବାରବାଟୀ ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଖେଳିଥିଲେ। ପ୍ରଥମ ମ୍ୟାଚରେ ସେ ମାତ୍ର ୧୧ ରନ୍ କରିଥିଲେ ବି ଭାରତ ଏହି ମ୍ୟାଚକୁ ୩ ୱିକେଟରେ ଜିତିଯାଇଥିଲା । ଦ୍ୱୀତିୟ ମ୍ୟାଚ ୨୦୦୩, ନଭେମ୍ବର ୬ ତାରିଖରେ ନ୍ୟୁଜିଲାଣ୍ତ ବିପକ୍ଷରେ ଖେଳାଯାଇଥିଲା । ଏହି ମ୍ୟାଚରେ ଯୁବରାଜ ଖାତା ଖୋଲି ପାରିନଥିଲେ । ଗୋଟିଏ ଓଭର ବୋଲି˚ କରିଥିଲେ ବି ସେଥିରେ ୭ ରନ୍ ବ୍ୟୟ କରିଥିଲେ। ମ୍ୟାଚରେ ନ୍ୟୁଜିଲାଣ୍ତ ୪ ୱିକେଟରେ ବିଜୟୀ ହୋଇଥିଲା । ୨୦୦୮ ନଭେମ୍ବର ୨୬ ଇ˚ଲଣ୍ତ ବିପକ୍ଷରେ ଖେଳିଥିବା ମ୍ୟାଚରେ ମାତ୍ର ୬ ରନ୍ ସ˚ଗ୍ରହ କରିଥିଲା ବେଳେ ବୋଲି˚ରେ ୧୦ ଓଭରରୁ ୩୮ ରନ୍ ବ୍ୟୟ କରିଥିଲେ । କିନ୍ତୁ କିଛି ସଫଳତା ପାଇନଥିଲେ । ଭାରତ ଏହି ମ୍ୟାଚକୁ ୬ ୱିକେଟରେ ଜିତିଥିଲା ।

ଚତୁର୍ଥ ମ୍ୟାଚ ୨୦୦୯ ଡିସେମ୍ବର ୨୧ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ । ଏହି ମ୍ୟାଚରେ ସେ ୨୩ ରନ୍ ସ˚ଗ୍ରହ କରିଥିଲେ । ଭାରତ ୭ ୱିକେଟରେ ବିଜୟୀ ହୋଇଥିଲା । ବାରବାଟୀରେ ଯୁବରାଜ ଶେଷ ମ୍ୟାଚ୍ ୨୦୧୭ ଜାନୁଆରି ୧୯ ତାରିଖରେ ଇ˚ଲଣ୍ତ ବିପକ୍ଷରେ ଖେଳିଥିଲେ । ଏହି ମ୍ୟାଚ୍ କେବଳ ଯୁବରାଜ ନୁହେଁ, ବାରବାଟୀ ଷ୍ଟାଡିୟମର ଶ୍ରେଷ୍ଠ ମ୍ୟାଚ୍ ଭାବେ ବିବେଚନା କରାଯାଉଛି । ମହେନ୍ଦ୍ର ସି˚ହ ଧୋନିଙ୍କ ସହ ମିଶି ଯୁବରାଜ ଏହି ମ୍ୟାଚରେ ବିସ୍ଫୋରକ ବ୍ୟାଟି˚ କରିବା ସହ ୨୫୬ ରନର ସର୍ବାଧିକ ଭାଗୀଦାରି କରିଥିଲେ। ଯୁବରାଜ ୧୨୭ ବଲରୁ ୨୧ ଚୌକା ଓ ୩ ଛକା ସହ ୧୫୦ ରନ୍ ସ˚ଗ୍ରହ କରିଥିଲେ । ଯାହାକି ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ଦିନକିଆ ସ୍କୋର ରହିଥିଲା । ତାଙ୍କ ସହିତ ଧୋନି ୧୩୪ ରନ୍ କରିଥିଲେ। ଇ˚ଲଣ୍ତକୁ ଭାରତ ୧୫ ରନରେ ପରାସ୍ତ କରିଥିଲା।

ବିଭିନ୍ନ ସମୟରେ ଟିମ୍ ଇଣ୍ଡିଆକୁ ମ୍ୟାଚ ଜିତାଇବାରେ ସହାୟକ ହୋଇଥିବା ୟୁବରାଜ ୨୦୦୭ରେ ଗୋଟିଏ ଓଭରରେ ୬ଟି ୬ ମାରିଥିବା ପାଇଁ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲେ । ୨୦୦୭ରେ ଟି ଟ୍ୱେଂଟି ବିଶ୍ୱକପରେ ୟୁବରାଜ, ଷ୍ଟୁଆର୍ଟ ବ୍ରଡଙ୍କ ୬ଟି ବଲରେ ୬ଟି ଛକ୍କା ମାରିଥିଲେ । ଭାରତୀୟ ଟିମ ପକ୍ଷରୁ ସେ ୪୦ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ଏବଂ ୧୯୦୦ ରନ ସଂଗ୍ରହ କରିଛନ୍ତି । ଏଥିରେ ୩ଟି ଶତକ ଓ ୧୧ଟି ଅର୍ଦ୍ଧଶତକ ରହିଛି ।