ୟୁପି ମୁଖ୍ୟମନ୍ତ୍ରୀଙ୍କ ମିଶନ ଅଯୋଧ୍ୟା : କ୍ଷମତା ଦଖଲ ପରେ ପ୍ରଥମ ଗସ୍ତରେ ଯାଇ ରାମଲଲାଙ୍କ ଦର୍ଶନ କରିବେ ଯୋଗୀ ଆଦିତ୍ୟନାଥ

23

କନକ ବ୍ୟୁରୋ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଅଯୋଧ୍ୟା ଗସ୍ତରେ ଯାଇଛନ୍ତି । ମାର୍ଚ୍ଚରେ କ୍ଷମତାକୁ ଆସିବା ପରେ ଯୋଗୀଙ୍କ ଏହା ହେଉଛି ପ୍ରଥମ ଅଯୋଧ୍ୟା ଗସ୍ତ । ଅଯୋଧ୍ୟାରେ ସେ ରାମଲଲାଙ୍କ ଦର୍ଶନ କରିବେ ।

ରାମ ଲଲାଙ୍କୁ ଦର୍ଶନ କରିବାରେ ସେ ହେବେ ରାଜ୍ୟର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ । ଏହାପୂର୍ବରୁ ୨୦୦୨ରେ ତତକାଳୀନ ମୁଖ୍ୟମନ୍ତ୍ରୀ ରାଜନାଥ ସିଂହ ଅଯୋଧ୍ୟାରେ ରାମଲଲାଙ୍କ ଦର୍ଶନ କରିଥିଲେ । ଅଯୋଧ୍ୟାରେ ଯୋଗୀ ଆଦିତ୍ୟନାଥ ପ୍ରାୟ ୯ ଘଂଟା ରହିବେ । ପନ୍ଦର ବର୍ଷ ପରେ କୌଣସି ମୁଖ୍ୟମନ୍ତ୍ରୀ ରାମଲଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଯାଉଛନ୍ତି । ରାମଜନ୍ମଭୂମିର ପୂଜାରୀ କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯିବ । ସେପଟେ ବାବ୍ରୀ ମସଜିଦର ପକ୍ଷଧର ମତ ଦେଇଛନ୍ତି, ମୁଖ୍ୟମନ୍ତ୍ରୀ ବିବାଦୀୟସ୍ଥଳକୁ ଯିବା ଉଚିତ ନୁହେଁ ।