ବ୍ରହ୍ମପୁର, ପୁରୁଷୋତମପୁର ପରେ ଟିଟଲାଗଡରେ ୱାନାକ୍ରାଏ ଭାଇରସ ଆଟାକ ! ଉତ୍କଳ ଗ୍ରାମ୍ୟବ୍ୟାଙ୍କର ୨ଟି ସିଷ୍ଟମ ହ୍ୟାକ

78

କନକ ବ୍ୟୁରୋ : ଗଞ୍ଜାମର ବ୍ରହ୍ମପୁର ଓ ପୁରୁଷୋତମପୁର ପରେ ରାଜ୍ୟର ଟିଟିଲାଗଡରେ ଆଉ ଏକ ସାଇବର ଆଟାକ ହୋଇଥିବା ନଜରକୁ ଆସିଛି । ଟିଟିଲାଗଡ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ୨ଟି କମ୍ପ୍ୟୁଟରରେ ହଠାତ ରାମସମୱେୟାର ଭାଇରସ ଆକ୍ରାନ୍ତ କରିଥିବା ଜଣାପଡିଛି । କମ୍ପ୍ୟୁଟର ସ୍କିନରେ ୱାନାକ୍ରାଏ ରାମସମୱେୟାର ସମ୍ପର୍କିତ ବାର୍ତା ଦେଖିବାକୁ ମିଳିଥିଲା ।

୩ ଶହ ଡଲାର ନିର୍ଦ୍ଦିଷ୍ଟ ଆକାଉଂଟ ନମ୍ବରରେ ପୈଠ କଲେ କମ୍ପ୍ୟୁଟର ଠିକ ହେବ ବୋଲି ମେସେଜ ଆସିଥିଲା । ଗତ ଶୁକ୍ରବାରଦିନ ହଠାତ ଏହି ଘଟଣା ଘଟିଥିଲା । ଏହି ଘଟଣା ପରେ ୨ଟି କମ୍ପ୍ୟୁଟରର ସମସ୍ତ ଡାଟାକୁ ବ୍ୟାଙ୍କ କର୍ତୃପକ୍ଷ ଡିଲିଟ କରିଦେଇଥିଲେ । ତେବେ ଟିଟିଲାଗଡ ଉକ୍ରଳ ଗ୍ରାମୀଣ ବ୍ୟାଙ୍କରେ ଏହି ଘଟଣା ଭାଇରସ ଭୟକୁ ଆହୁରି ବଢାଇଦେଇଛି ।