ଟିକଟକ୍ ମାୟାରେ ବାୟା ! ବାରମ୍ବାର ଟିକଟକରେ ଲିପ୍ତ ରହୁଥିବାରୁ ଗାଳି ଦେଲେ ସ୍ୱାମୀ,ଜହର ପିଇ ଅନ୍ତିମ ଭିଡିଓକୁ ସ୍ୱାମୀଙ୍କୁ ପୋଷ୍ଟ୍ କଲେ ସ୍ତ୍ରୀ ।

17,059

ଆଜିର ସମୟରେ ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସବୁ ଟିକଟକ୍ ମାୟାରେ ବାୟା । ସତ କହିବାକୁ ଗଲେ ଟିକଟକ୍ ପାଇଁ ଲୋକମାନେ ଜୀବନ ଦେବାକୁ ମଧ୍ୟ ପଛାଉନାହାନ୍ତି । ଟିକଟକ୍ ନିଶାରେ କେହି ସାପ ସହ ଖେଳୁଛି ତ ଆଉ କେହି ବନ୍ଧୁକ ଧରି ଟସନ୍ ଦେଖାଉଛି । ତେବେ ଗୁରୁବାର ଟିକଟକ୍ ଭିଡିଓ କରୁଥିବା ସମୟରେ ଜଣେ ଯୁବକର ବନ୍ଧୁକରେ ଗୁଳି ଫୁଟି ମୃତ୍ୟୁ ହୋଇଥିବା ଘଟଣା ଶିରଡିରୁ ଆସିଥିଲା ।

ଏହାପରେ ତାମିଲନାଡୁରେ ଜଣେ ମହିଳା ବାରମ୍ବାର ଟିକଟକ୍ ଭିଡିଓ କରୁଥିବାରୁ ସ୍ୱାମୀର ଗାଳିରେ ରାଗରେ ଆସି ଟିକଟକ୍ ରେ ନିଜ ଅନ୍ତିମ ଭିଡିଓ କରି ହ୍ୱାଟସଆପ୍ ରେ ସେୟାର୍ କରିଥିଲେ ଏବଂ ଆତ୍ମହତ୍ୟା କରିଥିଲେ ।

ଏହି ସମ୍ପୁର୍ଣ୍ଣ ମାମଲା ତାମିଲନାଡୁର ଅରିୟାଲୁରରେ ଘଟିଛି । ମୃତ ୨୪ ବର୍ଷୀୟା ଏହି ମହିଳାଙ୍କୁ ତାଙ୍କ ସ୍ୱାମୀ ବାରମ୍ବାର ଟିକଟକ୍ ଭିଡିଓ କରିବାକୁ ନେଇ ପାଟିତୁଣ୍ଡ କରିବାରୁ ଏହି ମହିଳା ଜଣକ ବିଷ ପିଇ ନିଜର ଅନ୍ତିମ ଭିଡିଓ ପ୍ରସ୍ତୁତ କରି ନିଜ ସ୍ୱାମୀଙ୍କ ପାଖକୁ ପଠାଇଦେଲେ । ପରିବାରର କହିବାନୁସାରେ ଉକ୍ତ ମହିଳାଙ୍କୁ ଟିକଟକ୍ ର ଏଭଳି ନିଶା ଲାଗିଥିଲା ଯେ ସେ ପରିବାର ଏବଂ ପିଲାଙ୍କ ଧ୍ୟାନ ମଧ୍ୟ ରଖିପାରୁନଥିଲେ । ସ୍ତ୍ରୀର ଏଭଳି ଅଭ୍ୟାସରେ ରାଗି ସ୍ୱାମୀ ତାଙ୍କୁ ଫୋନରେ ଗାଳି କରିଥିଲେ । ଯାହାପରେ ମହିଳା ଜଣକ ବିଷ ପିଇ ଦେଇଥିଲେ କିନ୍ତୁ ବିଷ ପିଇବା ପୂର୍ବରୁ ମଧ୍ୟ ସେ ଆତ୍ମହତ୍ୟାର ଭିଡିଓ ପ୍ରସ୍ତୁତ କରି ସ୍ୱାମୀଙ୍କୁ ପଠାଇଥିଲେ । ମୃତ୍ୟୁ ପୂର୍ବରୁ ପିଲାମାନଙ୍କ ଧ୍ୟାନ ରଖିବାକୁ ସେ ସ୍ୱାମୀଙ୍କୁ କହି ମୃତ୍ୟୁବରଣ କରିଥିଲେ । ଆପଣଙ୍କୁ କହିରଖୁଛୁ ମହିଳାଙ୍କ ସ୍ୱାମୀ ସିଙ୍ଗାପୁରରେ ବ୍ୟବସାୟ କରନ୍ତି ଏବଂ କାରବାର ପାଇଁ ଘରୁ ବାହାରେ ରୁହନ୍ତି ।