ସିବିଆଇ ଏଫଆଇଆରରେ କାହିିଁକି ଲାଗିନି ଷଡଯନ୍ତ୍ର ଦଫା, ପ୍ରଶ୍ନ କଲେ ବିରୋଧୀ । କହିଲେ ଏଯାଏଁ ଦୋଷୀଙ୍କୁ ବିରୋଧରେ କାହିଁକି ହୋଇନି କାର୍ଯ୍ୟାନୁଷ୍ଠାନ

410

କନକ ବ୍ୟୁରୋ: ଏତେ ବଡ ରେଳ ଦୁର୍ଘଟଣାରେ କାହିଁକି ଲାଗିଲାନି ଷଡଯନ୍ତ୍ର ନେଇ ଦଫା । ସିବିଆଇ ମାମଲା ରୁଜୁ କରିବା ପରେ ଏଭଳି ପ୍ରଶ୍ନ ଉଠାଇଛି କଂଗ୍ରେସ । ସିବିଆଇ ଏଫଆଇଆର କପିରେ କେଉଁଠି ବି କନସ୍ପିରେସି ପାର୍ଟରେ ଦଫା ଲାଗି ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ସେହିପରି ବରିଷ୍ଠ କଂଗ୍ରେସ ନେତା ନରସିଂସ ମିଶ୍ର କହିଲେ, ଦୁର୍ଘଟଣା କାହିଁକି ଘଟିଲା କାହା ପାଇଁ ଘଟିଲା ସେକଥା ସ୍ପଷ୍ଟ ହୋଇ ପାରିଲା ନାହିଁ । ଦୁର୍ଘଟଣା ପରେ ରେଳମନ୍ତ୍ରୀ କହିଥିଲେ, ଦୁର୍ଘଟଣା ପଛରେ ଦୋଷୀ କିଏ ଜଣା ପଡିସାରିଛି । ହେଲେ ୬ ଦିନ ବିତି ସାରିଲାଣି, ହେଲେ ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଘଟଣାକୁ ନେଇ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରି ରେଳ ସଦନ ଆଗରେ ପ୍ରତିବାଦ କରିଛି ଛାତ୍ର କଂଗ୍ରେସ ।

ଅନ୍ୟପଟେ ଘଟଣାକୁ ରାଜନୈତିକ ମୋଡ ନଦେବାକୁ ଆବେଦନ କରିଛନ୍ତି ବିଜେପି ସାଧାରଣ ସମ୍ପଦକ ପୃଥ୍ୱୀରାଜ ହରିଚନ୍ଦନ । ସିବିଆଇ ତଦନ୍ତ କରୁଛି, ନୀରପେକ୍ଷ ତଦନ୍ତ ହେବାର ଆଶା ରହିଥିବା କହିଛନ୍ତି ପୃଥ୍ୱୀରାଜ ।