ଋଷି କପୁରଙ୍କ ଠାରୁ ଆମୀର୍ ଖାନ୍ ଯାଏ ଏହି ନିର୍ଦ୍ଦେଶକଙ୍କୁ ଦେଇନଥିଲେ ସମୟ : ଗୋବିନ୍ଦା କିନ୍ତୁ କରିଥିଲେ ସାହାଯ୍ୟ !

57

ବି-ଟାଉନର ଖୁସି ମିଜାଜ୍ ଏବଂ ଡାନ୍ସିଂ ନାୟକଙ୍କ ମଧ୍ୟରେ ଗୋବିନ୍ଦା ଜଣେ । ଦର୍ଶକେ ଗୋବିନ୍ଦାଙ୍କୁ ଫିଲ୍ମରେ ହସିବା ଏବଂ ହସାଇବାର ଦେଖିଥାନ୍ତି । ଗୋବିନ୍ଦାଙ୍କ ବିଷୟରେ ଯେବେ ବି କଥା ଉଠେ ସେତେବେଳେ ‘ଛୋଟେ ମିୟାଁ- ବଡେ ମିୟାଁ’ , ‘ଭାଗମ ଭାଗ’ ପରି ଅନେକ ଫିଲ୍ମ କଥା ମନେପଡେ ଯେଉଁଥିରେ ସେ ଲୋକଙ୍କୁ ନିଜ କମେଡିରେ ଖୁବ ହସାଇଛନ୍ତି । ସେହିପରି ତାଙ୍କ ଡ୍ୟାନସକୁ ଆଜି ବି ଲୋକ ପ୍ରସଂଶା କରନ୍ତି । ଆଜି ଆପଣଙ୍କୁ ଗୋବିନ୍ଦାଙ୍କ ବିଷୟରେ ଏପରି ଏକ ରୋଚକ କାହାଣୀ କହିବାକୁ ଯାଉଛୁ ଯେବେ ଋଷି କପୁର, ଜ୍ୟାକି ଶ୍ରଫଙ୍କ ପରି ଅନେକ ଅଭିନେତା ଜଣେ ନିର୍ଦ୍ଦେଶକଙ୍କୁ ସାହାଯ୍ୟ କରିନଥିଲେ ସେତେବେଳେ ଗୋବିନ୍ଦା ତାଙ୍କୁ ସାହାଯ୍ୟର ହାତ ବଢାଇଥିଲେ ।

ସୂଚନା ଅନୁସାରେ ଏହା ୧୯୮୮ ମସିହାର ବିଷୟ ଯେତେବେଳେ ନୌଶାଦ ଅଲ୍ଲୀ ନିଜ ପୁଅ ରହମାନଙ୍କୁ ନିର୍ଦ୍ଦେଶକ ଭାବେ ଲଂଚ କରିବା ପାଇଁ ଚାହୁଁଥିଲେ । ନୌଶାଦ ଅଲ୍ଲୀ ହିନ୍ଦୀ ସିନେମା ଜଗତର ପ୍ରସିଦ୍ଧ ସଙ୍ଗୀତକାର, କଂପୋଜର, ସଙ୍ଗୀତ ନିର୍ଦ୍ଦେଶକ, ଫିଲ୍ମ ପ୍ରଯୋଜକ, ଲେଖକ ଓ କବି ଥିଲେ । ନୌଶାଦ ନିଜ ପୁଅଙ୍କ ଫିଲ୍ମର କାହାଣୀ ମଧ୍ୟ ଲେଖିଥିଲେ । ନୌଶାଦ ଚାହୁଁଥିଲେ ତାଙ୍କ ଫିଲ୍ମର ହିରୋ ଜ୍ୟାକି ଶ୍ରଫ ହୁଅନ୍ତୁ ।

ନୌଶାଦ ଏଥିପାଇଁ ଜ୍ୟାକି ଶ୍ରଫଙ୍କୁ କହିଥିଲେ କିନ୍ତୁ କୌଣସି କାରଣରୁ ସେ ଏହି ଫିଲ୍ମ କରିପାରିଲେନାହିଁ । ଏହାପରେ ସେ ଋଷି କପୁରଙ୍କୁ ସମ୍ପର୍କ କରିଥିଲେ । ଋଷି ଏଥିପାଇଁ ହଁ କରିଥିଲେ ମଧ୍ୟ ପ୍ରସିଦ୍ଧ ନିର୍ଦ୍ଦେଶକ ହରମେଶ ମଲହୋତ୍ରା ନୌଶାଦଙ୍କ ପାଖକୁ ଆସି ତାଙ୍କ ଫିଲ୍ମରେ କାମ କରୁଥିବାରୁ ରୁଷି ୨ ବର୍ଷ ପର୍ଯ୍ୟନ୍ତ ଫ୍ରୀ ନାହାଁନ୍ତି ବୋଲି କହିଥିଲେ । ଏହା ପରେ ଅନିଲଙ୍କୁ ମଧ୍ୟ ଏଥିପାଇଁ ସମ୍ପର୍କ କରାଗଲା କିନ୍ତୁ ଏହା ହୋଇପାରିଲା ନାହିଁ ।

ଏହାପରେ ନୌଶାଦଙ୍କୁ ଜଣେ ଗୋବିନ୍ଦାଙ୍କ ନାମ କହିଥିଲେ । ଅନେକ ଲୋକଙ୍କ ସହ କଥାହେଇ ଅସଫଳ ହେବା ପରେ ନୌଶାଦ ଗୋବିନ୍ଦାଙ୍କ ଘରକୁ ଫୋନ କରିବା ପାଇଁ ପଛଘୁଂଚା ଦେଇଥିଲେ ବି ଫୋନ କରିଥିଲେ । ଘରେ କେହି ନଥିବାରୁ କେହି ଫୋନ ଉଠାଇନଥିଲେ ପରେ ଏକ ଘଂଟା ପରେ ଗୋବିନ୍ଦାଙ୍କ ମା ନିର୍ମଳା ଦେବୀ ନୌଶାଦଙ୍କୁ ଫୋନ କରିଥିଲେ ଏବଂ ନୌଶାଦ ତାଙ୍କୁ ଫିଲ୍ମ ବିଷୟରେ କହିଥିଲେ । ଏହାପରେ ନିର୍ମଳା ଦେବୀ ଗୋବିନ୍ଦାଙ୍କୁ ନେଇ ନୌଶାଦଙ୍କ ପାଖରେ ପହଂଚିଥିଲେ । ଗୋବିନ୍ଦା ତାଙ୍କ ମା’ଙ୍କ ନିଷ୍ପତିକୁ ସମ୍ମାନ ଜଣାଇ ନୌଶାଦଙ୍କର ସାହାଯ୍ୟ କରିଥିଲେ । ଗୋବିନ୍ଦା ଫିଲ୍ମର ସ୍କ୍ରିପ୍ଟ ନପଢି ଫିଲ୍ମ ପାଇଁ ହଁ କରିଥିଲେ । ଏହି ଫିଲ୍ମର ନାମ ଥିଲା ‘ତେରି ପାୟଲ ମେରି ଗୀତ୍’ ଯେଉଁଥିରେ ଗୋବିନ୍ଦାଙ୍କ ବିପକ୍ଷରେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମିନାକ୍ଷୀ ଶେସାଦ୍ରୀ ନଜର ଆସିଥିଲେ ।