ବାରବାଟୀ ବ୍ୟାଟେଲ । ବିପର୍ଯ୍ୟୟ ପରେ ବ୍ୟାଟିଂ ସମ୍ଭାଳିଲା ୱେଷ୍ଟଇଣ୍ଡିଜ । ଟିମ୍ ଇଣ୍ଡିଆକୁ ଦେଲା ୩୧୬ ରନର ଟାର୍ଗେଟ୍ ।

586

କନକ ବ୍ୟୁରୋ : ବାରବାଟୀରେ ବ୍ୟାଟିଂ ବିପର୍ଯ୍ୟୟ ପରେ ଅଣ୍ଟା ସଳଖିଛି ୱେଷ୍ଟଇଣ୍ଡିଜ୍ । ଟିମ୍ ଇଣ୍ଡିଆ ଆଗରେ ଧାର୍ଯ୍ୟ କଲା ୩୧୬ ରନର ବିଜୟଲକ୍ଷ୍ୟ । କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ଖେଳାଯାଉଥିବା ଅନ୍ତିମ ତଥା ନିର୍ଣ୍ଣାୟକ ଦିନିକିଆରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ ।

ବ୍ୟାଟିଂ ଆମନ୍ତ୍ରଣ ପାଇ ପଡିଆକୁ ଓହ୍ଲାଇଥିବା ୱେଷ୍ଟଇଣ୍ଡିଜ ପ୍ରଥମରୁ ଧିମା ବ୍ୟାଟିଂ ଆରମ୍ଭ କରିଥିଲା । କିନ୍ତୁ ପରେ ପରେ ବାରବାଟୀରେ ହୋଇଥିଲା ଛକା ଚୌକାର ବର୍ଷା । ନିକୋଲାସ ପୂରନ ଏବଂ ଅଧିନାୟକ କିରଣ ପୋଲାର୍ଡଙ୍କ ରୋମାଞ୍ଚକର ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ଓି୍ୱକେଟ ହରାଇ ୩୧୫ ରନ୍ କରିବାକୁ ସକ୍ଷମ ହୋଇଛି ୱେଷ୍ଟଇଣ୍ଡିଜ ।

ୱେଷ୍ଟଇଣ୍ଡିଜ ପକ୍ଷରୁ ଇଭିନ୍ ଲୁଇସ୍ ୨୧, ଶାଇ ହୋପ୍ ୪୨, ରୋଷ୍ଟନ ଚେଜ୍ ୩୮, ନିକୋଲାସ ପୂରନ ୮୯, ଶିମରନ୍ ହେଟମେୟର ୩୭ ଏବଂ ଅଧିନାୟକ କିରଣ ପୋଲାର୍ଡ ୭୪ ରନ୍ କରିଛନ୍ତି । ସେହିପରି ଭାରତ ପକ୍ଷରୁ ନବଦୀପ ସଇନି ୨ଟି ଓି୍ୱକେଟ୍ ନେଇଥିବା ବେଳେ ସାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି ଏବଂ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ଓି୍ୱକେଟ୍ ଅକ୍ତିଆର କରିଛନ୍ତି ।