ଶବକୁ ଶ୍ମଶାନ ମନା: ଧର୍ମ ପରିବର୍ତନ ଯୋଗୁଁ ହିନ୍ଦୁ ଶ୍ମଶାନରେ ସଂସ୍କାର ପାଇଁ ପୁରାଇଲେନି ଗ୍ରାମବାସୀ

874

କନକ ବ୍ୟୁରୋ: ଶବକୁ ମିଳିଲାନି ଶ୍ମଶାନ । ଅନ୍ତିମ ସଂସ୍କାର ପାଇଁ ମଶାଣିରେ ଜାଗା ଦେଲେନି ଗ୍ରାମବାସୀ । ଶ୍ମଶାନରେ ଜାଗା ନମିଳିବାରୁ ଶେଷରେ ସଂସ୍କାର ନହୋଇ ଘରେ ପଡି ରହିଥିଲା ମୃତଦେହ । ଏହିଭଳି ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଗୁଳିବଡନା ଗାଁରେ ଦେଖିବକୁ ମିଳିଥିବା ବେଳେ ଏବେ ଗାଁରେ ଉତେଜନା ସୃଷ୍ଟି ହୋଇଛି । । ଘଟଣାର ମୂଳ କାରଣ ଧର୍ମ ପରିବର୍ତନକୁ ନେଇ ହୋଇଛି । ତେବେ ମୃତ ଦେହ ସଂସ୍କାର ନହୋଇ ପଡି ରହିଥିବାରୁ ଆଲୋଚନା ହୋଇବି କୌଣସି ସମାଧନ ହୋଇପାରିଲାନି । । ଶେଷରେ ଶବକୁ ବ୍ଲକ ପ୍ରଶାସନ ନେଇଯିବା ସହ ତହସିଲଦାର , ଆଇଆଇସି ଓ ଡିସିପିଙ୍କ ତତ୍ୱାବଧାନରେ ଉମରକୋଟ ମେଡିକାଲକୁ ପଠାଇଦିଆଯାଇଛି ।

ଗୁଳିବଡନା ଗାଁର ଏହି ମୃତ ବ୍ୟକ୍ତି ଜଣକ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିଲେ । ଯାହାଫଳରେ ତାଙ୍କର ମୃତ୍ୟୁ ପରେ ଶ୍ମଶାନରେ ତାଙ୍କ ସଂସ୍କାର ପାଇଁ ବିରୋଧ କରାଯାଇଥିଲା । ଲୋକଙ୍କ ଜିଦ୍ ହିନ୍ଦୁ ଶ୍ମଶାନରେ ହୋଇପାରିବନି ଅନ୍ୟ ଧର୍ମରେ ଦୀକ୍ଷିତ ହୋଇଥିବା ଲୋକର ଅନ୍ତିମ ସଂସ୍କାର । ଶ୍ମଶାନରେ ଟିକେ ବି ଜାଗା ନଦେବାରୁ ଘରେ ପଡରହିଥିଲା ମୃତ ଦେହ । ଘଟଣା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ମଧ୍ୟ ହୋଇଥିଲା । ଝରିଗାଁ ତହସିଲଦାର ଓ ରାଜସ୍ୱ ନୀରିକ୍ଷକ ଗାଁରେ ପହଂଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ସବୁ ବିୀଫଳ ହୋଇଥିଲା । ଗ୍ରାମବାସୀ ମାନୁ ନାହାନ୍ତି । ଗାଁ ଲୋକଙ୍କ କହିବା କଥା ହିନ୍ଦୁ ଦେବାଦେବୀଙ୍କୁ ସେମାନେ ଗାଳି ଦେଉଛନ୍ତି । ତେଣୁ କୌଣସି ମତେ ସେହି ପରିବାରକୁ ମଶାଣିରେ ଜାଗା ଦିଆଯିବନି ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ଗ୍ରାମବାସୀ ।