ପାକିସ୍ତାନରୁ ଆସିଲା ଅଂଜୁ ଓ ନସରୁଲ୍ଲାଙ୍କ ନୂଆ ଭିଡିଓ । ବୁର୍ଖା ପିନ୍ଧି, ବନ୍ଧୁଙ୍କ ସହ ଏକାଠି ମିଶି ଖାଦ୍ୟ ଖାଉଥିବା ଭିଡିଓ ହେଉଛି ଭାଇରାଲ

563

କନକ ବ୍ୟୁରୋ : ଚର୍ଚ୍ଚାରେ ଭାରତର ଝିଅ ଅଞ୍ଜୁ । ପରିବାର, ସ୍ୱାମୀ ସମସ୍ତଙ୍କୁ ଠକି ଅଂଜୁ ରାଜସ୍ଥାନରୁ ଯାଇ ପାକିସ୍ତାନରେ ପହଁଚିଛନ୍ତି । ଏବେ ଅଂଜୁ ଓ ତାଙ୍କ କଥିତ ପ୍ରେମିକଙ୍କ ଏକ ଭିଡିଓ ବେଶ ଭାଇରାଲ ହେଉଛି । ଭିଡିଓରେ ଅଂଜୁ ବୁର୍ଖା ପିନ୍ଧିବା ସହ ନସରୁଲ୍ଲା ଓ କିଛି ଲୋକଙ୍କ ସହ ଏକାଠି ବସି ଖାଉଥିବା ଦେଖିବାକୁ ମିଳିଛି । ଅଂଜୁ ବେଶ ଖୁସି ଥିବା ମଧ୍ୟ ଜଣାପଡିଛି । ଫେସବୁକରେ ପାକିସ୍ତାନ ଯୁବକ ନସରୁଲ୍ଲାଙ୍କ ପ୍ରେମରେ ପଡିବା ପରେ ଅଂଜୁ ମିଛ ବାହାନା କରି ପାକିସ୍ତାନ ଚାଲିଯାଇଛନ୍ତି । ଜୁଲାଇ ୨୪ରେ ସେ ପାକିସ୍ତାନରେ ପହଁଚି ଏକ ଭିଡିଓ ଜାରି କରିବା ପରେ ଘଟଣା ସାମ୍ନାକୁ ଆସିଥିଲା । ଏହା ଭିତରେ ଅନେକ ଭିଡିଓ ସାମ୍ନାକୁ ଆସିସାରିଛି । ତେବେ ଏହି ନୂଆ ଭିଡିଓ ଜଣେ ପାକିସ୍ତାନୀ ସାମ୍ବାଦିକ ଏହି ଭିଡିଓ ପୋଷ୍ଟ କରିଛନ୍ତି । ପ୍ରେମ ପାଇଁ ଘରଦ୍ୱାର, ପରିବାର, ସ୍ୱାମୀ ସମସ୍ତଙ୍କ ପର କରି ଅଂଜୁ ପାକିସ୍ତାନ ଯିବା ଘଟଣା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି ।