ତେଜୁଛି ବୟାନବାଜି, ବଢୁଛି ବିବାଦ । ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ସହ ବିବାଦ ଭିତରେ ବଢିଲା ଗୀତିକାର ଜାଭେଦ ଅଖତରଙ୍କ ଅଡୁଆ

342

କନକ ବ୍ୟୁରୋ : ବଲିଉଡରେ ନୂଆ ବିବାଦ । ଅଭିନେତ୍ରୀ କଙ୍ଗନା ରାଣାୱତ ଓ ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତରଙ୍କୁ ନେଇ ବିବାଦୀୟ ଖବର ଆସିଛି । ଘଟଣା ଯାଇ ଥାନାରେ ପହଁଚିଛି । ଧମକ ଦେଉଥିବା ଅଭିଯୋଗ ଆଣି କଙ୍ଗନା ପ୍ରଥମେ ପୁଲିସ ଦ୍ୱାରସ୍ଥ ହେବା ପରେ ମାମଲା ଏବେ କୋର୍ଟରେ ପହଁଚିଛି । ମୁମ୍ବାଇ କୋର୍ଟ କଙ୍ଗନାଙ୍କ ଅଭିଯୋଗ କ୍ରମେ ଜାଭେଦ ଅଖତରଙ୍କୁ ସମନ ପଠାଇ ଅଗଷ୍ଟ ୪ରେ ହାଜର ହେବାକୁ କହିଛନ୍ତି ବହୁ ଚର୍ଚ୍ଚିତ କଙ୍ଗନା ଓ ହ୍ରିତିକ ରୋଶନ ବିବାଦରେ ଜାଭେଦ ଅଖତଙ୍କ ନାଁ ଉଠିଥିଲା । ଜାଭେଦ କୁଆଡେ କଙ୍ଗନା ଓ ତାଙ୍କ ଭଉଣୀଙ୍କୁ ଧମକ ଦେଉଥିବା କଙ୍ଗନା ଅଭିଯୋଗ କରିଛନ୍ତି । ଅଭିଯୋଗ ଆଣି ଅଭିନେତ୍ରୀ ଥାନାରେ ମାମଲା ରୁଜୁ କରିଥିଲେ ।