ମହାନଦୀରେ ଆସିଥିବା ବନ୍ୟାରେ ବେହାଲ ପରିବା ଚାଷୀ: ପାଣି ଘେରରେ ପୋଟଳ, ଝୁଡଙ୍ଗ ଭଳି ପରିବା ଫସଲ

70

କନକ ବ୍ୟୁରୋ: ମହାନଦୀରେ ଆସିଥିବା ବନ୍ୟାରେ ବେହାଲ ବାଙ୍କୀ ଅଚଂଳର ପରିବା ଚାଷୀ । ବନ୍ୟା ପାଣିରେ ବୁଡି ରହିଛି ହେକ୍ଟର ହେକ୍ଟର ପରିବା ଚାଷ । ପୋଟଳ, ଝୁଡଙ୍ଗ ଓ କଖା ଭଳି ପରିବା ଫସଲରେ ପାଣି ଜମି ରହିଥିବାରୁ ତରବରିଆ ଭାବେ ପନିପରିବା ତୋଳି ଦେଇଛନ୍ତି ଚାଷୀ । ପାଣି ମାଡ ଖାଇଥିବା ପରିବା କାଳେ ସଢି ଯିବ ସେଇ ଭୟରେ ବାଙ୍କୀରେ କଖାରୁ ଗୋଟାକୁ ୫ ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ ।