କେନ୍ଦ୍ର କ୍ୟାବିନେଟ ନେଲା ଐତିହାସକି ନିଷ୍ପତି : ସାଧାରଣ ବଜେଟ ସହ ମିଶିବ ରେଳ ବଜେଟ

31

କନକ ବ୍ୟୁରୋ : ମୋଦି ସରକାରଙ୍କ ଐତିହାସିକ ନିଷ୍ପତି । ଏଣିକି ଆଉ ସ୍ୱତନ୍ତ୍ର ଭାବେ ଉପସ୍ଥାପିତ ହେବନି ରେଳ ବଜେଟ । କେନ୍ଦ୍ର କ୍ୟାବିନେଟ ଆଜି ଏଭଳି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ସାଧାରଣ ବଜେଟ ସହ ଏକାଠି ଉପସ୍ଥାପିତ ହେବ ରେଳ ବଜେଟ  । ଏଭଳି ହେଲେ ୧୯୨୪ରୁ ଚାଲିଆସୁଥିବା ବଜେଟ ପରମ୍ପରାରେ ପରିବର୍ତନ ଆସିବ ଏବଂ ସୁରେଶ ପ୍ରଭୁ ସଂସଦରେ ରେଳ ବଜେଟ କରିବାରେ ଶେଷ ରେଳ ମନ୍ତ୍ରୀ ହେବେ ।

୨୦୧୭ରେ ସଂସଦରେ କେବଳ ସାଧାରଣ ବଜେଟ ଉପସ୍ଥାପିତ ହେବ । ଆଉ ରେଳ ବିଭାଗ ଆୟବ୍ୟୟ ଅଟ୍ଟକଳ ମଧା ଏଥିରେ ସ୍ଥାନିତ ହେବ ।  ରେଳ ବିଭାଗର ଖର୍ଚ୍ଚ ମଧ୍ୟ ସାଧାରଣ ବଜେଟରେ ସ୍ଥାନ ପାଇବ। ଏନେଇ ପ୍ରଥମେ ନୀତି ଆୟୋଗ ପ୍ରସ୍ତାବ ଦେଇଥିଲେ । ରେଳ ମନ୍ତ୍ରାଳୟ ଏହି ପ୍ରସ୍ତାବକୁ ଅନୁମୋଦନ କରିବା ପରେ ଶେଷରେ କେନ୍ଦ୍ର କ୍ୟାବିନେଟ ମଧ୍ୟ ଏଥିରେ ମହୋର ମାରିଛି । ଜିଏସଟି ବିଲ୍ ପାରିତ ହେବା ପରେ ଏହା କେନ୍ଦ୍ର ସରକାରଙ୍କର ଆଉ ଏକ ବଡ ନିଷ୍ପତି ।