କାନ୍ସରେ ଚମକିଲେ ଦୁଇ ଭାରତୀୟ, ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇବାରେ ଅନସୂୟା ପ୍ରଥମ ଭାରତୀୟ ।

221

କନକବ୍ୟୁରୋ:ଇଏ ହେଉଛନ୍ତି ପାୟଲ କପାଡ଼ିଆ । ୩୮ ବର୍ଷୀୟା ଯୁବ ନିର୍ଦ୍ଦେଶିକା ୨୦୧୫ରେ ବେଶ ଚର୍ଚ୍ଚାରେ ରହିଥିଲେ । ଏଫଟିଆଇଆଇର ଅଧ୍ୟକ୍ଷ ଭାବେ ଗଜେନ୍ଦ୍ର ଚୌହ୍ୱାନଙ୍କୁ ନିଯୁକ୍ତିକୁ ବିରୋଧ କରି ଯେଉଁ ବିଶାଳ ବିକ୍ଷୋଭ କରାଯାଇଥିଲା ସେଥିରେ ଥିଲେ ପାୟଲ । ଗିରଫ ହେବା ସହ ତାଙ୍କ ଉପରେ ଚାଲିଥିଲା କୋର୍ଟ ମାମଲା । ଏବେ ଏହି ବିବାଦୀୟ ଚେହେରା ଦେଶ ପାଇଁ ଆଣିଛନ୍ତି ଗର୍ବ ଗୌରବ । ପ୍ରଥମ ଭାରତୀୟ ଭାବେ ପାୟଲଙ୍କ ନିର୍ଦ୍ଦେଶିତ ଅଲ୍ ୱି ଇମାଜିନ୍ ଇଜ୍ ଲାଇଟକୁ ମିଳିଛି କାନ୍ସର ଦ୍ୱିତୀୟ ଶ୍ରେଷ୍ଠ ପୁରସ୍କାର ଦି ଗ୍ରାଣ୍ଡ ପ୍ରିକ୍ସ୍ । ପାୟଲଙ୍କୁ ତାଙ୍କ ସଫଳତା ପାଇଁ ତାଙ୍କୁ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ସେହିପରି କାନ୍ସରେ ପ୍ରଥମ ଭାରତୀୟ ଭାବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇ ଇତିହାସ ରଚିଛନ୍ତି ଅନସୂୟା ସେନଗୁପ୍ତା । କନଷ୍ଟାଟିନ ବୋଜାନଭଙ୍କ ଦ ସେମଲେସ୍ ଚଳଚିତ୍ର ପାଇଁ ମିଳିଛି ଅନସୂୟାଙ୍କୁ ସମ୍ମାନ । ଫିଲ୍ମରେ ଜଣେ ଦେହଜୀବୀଙ୍କ ସଂଘର୍ଷକୁ ଅତି ନିଖୁଳ ଭାବରେ ନିଭେଇଛନ୍ତି ଅନସୂୟା । ସରିଛି କାନ୍ସ ଫେଷ୍ଟିଭାଲ । ପ୍ରତିଥର ପରି ଏଥରକ କିନ୍ତୁ ରେଡ୍ କାର୍ପେଟରେ ଭାରତୀୟଙ୍କ ଜଲୱା ସବଠୁ ଅଧିକ ଧାନ ଆକର୍ଷଣ କରିଛି । ନାମୀଦାମୀ ସେଲିବ୍ରିଟିଙ୍କ ଏଟ୍ରିଂ ସହ ଉତରପ୍ରଦେଶର ଗାଁରୁ ଯାଇ କାନ୍ସ ପହଁଚିଥିବା ନାନ୍ସି ତ୍ୟାଗି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ।