ହସ୍ପିଟାଲ ବେଡରେ ଯନ୍ତ୍ରଣାରେ ଛଟପଟ ଯୁବତୀ ! ଆକ୍ରମଣ ପଛରେ ତ୍ରିକୋଣୀୟ ପ୍ରେମ କାହାଣୀ

52

କନକ ବ୍ୟୁରୋ : ହସ୍ପିଟାଲ ବେଡରେ ଯନ୍ତ୍ରଣାରେ ଛଟପଟ ଯୁବତୀ । ପେଟରେ ଗଭୀର କ୍ଷତ । ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ପାରାଦୀପର ଏହି ଯୁବତୀ । ରବିବାର କଟକର ଏକ ଲଜରେ ଅତିନୃଶଂସ ଭାବେ ଛୁରାମାଡ ପରେ ତାଙ୍କ ଅବସ୍ଥା ଏବେ ସଂଗୀନ ।

ଆକ୍ରମଣ ପଛରେ ରହିଛି ତ୍ରିକୋଣୀୟ ପ୍ରେମ କାହାଣୀ । ବିଶ୍ୱମ୍ବର-ପ୍ରବୀର-ମାନସୀ । ଦୁଇ ଭାଇ, ଜଣେ ପ୍ରେମିକା । ପାରାଦୀପ ଏରସମାର ଏହି ଯୁବତୀଙ୍କୁ ଭଲ ପାଉଥିଲେ ବଡ ଭାଇ ବିଶ୍ୱମ୍ବର ଓ ସାନଭାଇ ପ୍ରବୀର । ବିଶ୍ୱମ୍ବର ଏକ ଘରୋଇ ସଂସ୍ଥାର ସୁରକ୍ଷାକର୍ମୀ ଭାବେ ଏସସିବିରେ କାମ କରନ୍ତି । ଆଉ ଜଗତସିଂହପୁରରେ ରହିଛି ସାନଭାଇ ପ୍ରବୀରର ଏକ ମୋବାଇଲ୍ ଦୋକାନ ।

ଯେତେବେଳେ ଦୁଇ ଭାଇ ତାଙ୍କୁ ପ୍ରେମ ନିବେଦନ କଲେ ସେତେବେଳେ ଯୁବତୀ ଜଣକ ବାଛିଥିଲେ ସାନଭାଇ ପ୍ରବୀରଙ୍କୁ । ପରେ ଦୁହେଁ ଲୁଚିଛପି ଏକ ମନ୍ଦିରରେ ବିବାହ କରି କଟକର ଏହି ଲଜରେ ରହିଥିଲେ । ସେପଟେ ପ୍ରେମରେ ବିଫଳ ବଡ ଭାଇ ରକ୍ତମୁଖା ହୋଇଉଠିଥିଲା । ମୋର ନୁହେଁ ତ କାହାର ନୁହେଁ । ପ୍ରତିଶୋଧ ପରାୟଣ ବଡ ଭାଇ ବିଶ୍ୱମ୍ବର ଶେଷରେ ଲଜରେ ପଶି ଯୁବତୀଙ୍କୁ ଧାରୁଆ ଛୁରୀରେ ଆକ୍ରମଣ କରିଥିଲା ।