ଜୁଲାଇ ୧୪ରେ ଇତିହାସ ରଚିବାକୁ ଯାଉଛି ଭାରତ । ଚର୍ଚ୍ଚାରେ ଇସ୍ରୋ ବୈଜ୍ଞାନିକ ଡକ୍ଟର ରିତୁ କାରିଧାଲ ।

376

କନକ ବ୍ୟୁରୋ: ଖୁବଶୀଘ୍ର ଦେଶର ସବୁଠୁ ବଡ ମହାକାଶ ମିଶନ ଚନ୍ଦ୍ରଯାନ-୩ର ଉତକ୍ଷେପଣ ହେବାକୁ ଯାଉଛି । ଜୁଲାଇ ୧୪ରେ ଶ୍ରୀହରିକୋଟାର ସତୀଶ ଧୱନ ସ୍ପେଶ ସେଣ୍ଟରରୁ ଚନ୍ଦ୍ରଯାନ-୩ର ଲଞ୍ଚ କରାଯିବ । ତେବେ ଏହା ଭିତରେ ଚର୍ଚ୍ଚା ସାଉଣ୍ଟିଛନ୍ତି ଇସ୍ରୋ ବୈଜ୍ଞାନିକ ଡକ୍ଟର ରିତୁ କାରିଧାଲ । କାରଣ ମିଶନ ଚନ୍ଦ୍ରଯାନ-୩ର ଗୁରୁଦାୟିତ୍ୱ ସମ୍ଭାଳିଛନ୍ତି ରିତୁ କାରିଧାଲ ।

ରକେଟ ୱମ୍ୟାନ ଭାବେ ଜଣା ଯାଉଥିବା ରିତୁ ମହାକାଶ ବିଜ୍ଞାନରେ ଦୀର୍ଘ ଦିନର ଅନୁଭବ ରହିଛି । ତେଣୁ ତାଙ୍କ ନେତୃତ୍ୱ ତଥା ତତ୍ୱାବଧାନରେ ଆରମ୍ଭ ହୋଇଥିଲା ମିଶନ ମୁନ୍ । ପୂର୍ବରୁ ଚନ୍ଦ୍ରଯାନ ଟୁ ମିଶନରେ ମଧ୍ୟ ରିତୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଳାଇଥିଲେ । ଚନ୍ଦ୍ରଯାନ ପରି ମଙ୍ଗଳଯାନ ମିଶନ ସହ ରିତୁଙ୍କ ଦୀର୍ଘଦିନର ଅଭିଜ୍ଞତା ରହିଛି ।

ଉତ୍ତର ପ୍ରଦେଶର ଝିଅ ରିତୁ ପାଠପଢା ଶେଷ କରି ଏରୋସ୍ପେଶ ଇଂଜିନିୟର ଶିକ୍ଷାଲାଭ ପାଇଁ ବେଙ୍ଗାଲୁରୁକୁ ଚାଲି ଆସିଥିଲେ । ୧୯୯୭ ମସିହାରେ ଇସ୍ରୋ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ । ନିଜର ଦକ୍ଷ କାମ ପାଇଁ ତାଙ୍କୁ ଯୁବ ଇସ୍ରୋ ଯୁବ ବୈଜ୍ଞାନିକ ସମ୍ମାନ ମଧ୍ୟ ମିଳିଛି ।