ସ୍ୱାଧୀନତା ଦିବସ ପାଳନ କରୁଛି ପାକିସ୍ତାନ । ଟ୍ୱିଟରରେ ଟ୍ରେଣ୍ଡ କଲା #HappyBirthdayBeta

276

କନକ ବ୍ୟୁରୋ: ଅଗଷ୍ଟ ୧୪ ଅର୍ଥାତ ଆଜିର ଦିନରେ ସ୍ୱାଧୀନ ରାଷ୍ଟ୍ରର ମର୍ଯ୍ୟାଦା ପାଇଥିଲା ପାକିସ୍ତାନ । ଭାରତ ଠାରୁ ବିଭାଜିତ ହୋଇ ସ୍ୱତନ୍ତ୍ର ଦେଶ ଭାବେ ପାକିସ୍ତାନ ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଥିଲା । ଆଉ ସେବେଠୁ ପାକିସ୍ତାନ ନିଜର ସ୍ୱାଧୀନତା ଦିବସ ଅଗଷ୍ଟ ୧୪ ବା ଆଜିର ଦିନରେ ପାଳନ କରିଆସୁଛି । ତେବେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପାକିସ୍ତାନ ଆଜି ନିଜର ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛି । ହେଲେ ଏହାକୁ ନେଇ ସୋସିଆଲ୍ ମିଡିଆରେ ଏକ ରୋଚକ କଥା ଦେଖିବାକୁ ମିଳିଛି ।

ଟ୍ୱିଟରରେ ଆଜି ଟ୍ରେଣ୍ଡ କରିଛି ହାର୍ପି ବାର୍ଥ ଡେ ବେଟା । ଯେଉଁଥିରେ ନାନାଦି ପ୍ରକାରର ଫଟୋକୁ ସେଆର୍ କରାଯାଇଛି । ଆଉ ଲୋକମାନେ ବି ଏହିି ଫଟୋକୁ ବହୁ ପରିମାଣରେ ରି-ଟ୍ୱିଟ୍ କରୁଥିବା ଦେଖିବାକୁ ମିଳୁଛି । ତେବେ ଭାରତଠାରୁ ଅଲଗା ହୋଇ ପାକିସ୍ତାନ ସୃଷ୍ଟି ହୋଇଥିବାରୁ ଏହି କଥା ଆଜି ଟ୍ୱିଟରରେ ଟ୍ରେଣ୍ଡ କରୁଥିବା ବିଶେଷଜ୍ଞ ମତ ଦେଇଛନ୍ତି । ଖାଲି ସେତିକି ନୁହେଁ, ଏହାସହିତ ବ୍ଲାକ୍ ଡେ, ପାକିସ୍ତାନ ଜିନ୍ଦାବାଦ ଭଳି ହ୍ୟାସଟ୍ୟାଗ୍ ଆଜି ଟ୍ୱିଟରରେ ଟ୍ରେଣ୍ଡ କରୁଥିବା ଦେଖିବାକୁ ମିଳିଛି ।

ନଜର ପକାନ୍ତୁ, ଟ୍ୱିଟର କିଛି ଫଟୋ ଉପରେ…