ଲକ୍ଷ୍ମଣ ଦାସଙ୍କ ଜୀବନରେ ଲକ୍ଷ୍ମଣ ରେଖ।। ଟାଣି ଦେଇଛି ମାରାତ୍ମକ କ୍ୟାନସର । ଅର୍ଥ ଅଭାବରୁ ହୋଇ ପାରୁନି ଚିକିତ୍ସା । ସହାୟତା ପାଇଁ ନିବେଦନ କଲେ ପରିବାର ।

130

କନକ ବ୍ୟୁରୋ: ପରିବାର ଚଳାଇବା ବୟସରେ ପରିବାର ପାଇଁ ବୋଝ ପାଲଟିଛି ଘରର ଭେଣ୍ଡିଆ ପୁଅ । ମାତ୍ର ୩୭ ବର୍ଷ ବୟସରେ କର୍କଟ ଭଳି ମାରାତ୍ମକ ରୋଗରେ ଶିକାର ହୋଇଛନ୍ତି ଜଗତସିଂହପୁର ଓଡ଼ିଶୋ ପଞ୍ଚାୟତ ଆନନ୍ଦପୁର ଗାଁର ଲକ୍ଷ୍ମଣ ଦାଶ । ତେବେ ତାଙ୍କ ଚିକିତ୍ସା ପାଇଁ ଅଧିକ ଅର୍ଥ ଦରକାର ପଡ଼ୁଥିବା ବେଳେ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ଲକ୍ଷ୍ମଣଙ୍କ ଅଭାବୀ ପରିବାର ।

ଦେଢ ବର୍ଷ ତଳେ ଲକ୍ଷ୍ମଣଙ୍କ ବାମ ଗାଲରେ ଏକ ବଥ ହୋଇଥିଲା । ଧୀରେ ଧୀରେ ସେହି ସ୍ଥାନଟି ଘା ହୋଇ କ୍ୟାନସରରେ ପରିଣତ ହୋଇଥିବା ଡ଼଼ାକ୍ତର କହିବା ପରେ ଭାଙ୍ଗି ପଡ଼ିଛନ୍ତି ଲକ୍ଷ୍ମଣ ଓ ତାଙ୍କ ପରିବାର । ଅଟୋ ଚଳାଇ ପରିବାର ପୋଷୁଥିବା ଲକ୍ଷ୍ମଣଙ୍କ ପାଖରେ ଟଙ୍କା ଟିଏ ନଥିବା ବେଳେ କ୍ୟାନସର ଚିକିତ୍ସା କରିବା କଷ୍ଟକର ହୋଇପଡ଼ିଛି । ପାଖରେ ଥିବା ସଞ୍ଚିତ ଅର୍ଥ ଓ ଜମିବାଡ଼ି ବନ୍ଧା ପକାଇ ଥରେ ଅପରେସନ କରି ସାରିବା ପରେ ପୁଣି ସେହି ସ୍ଥାନରେ ଘା ହେବା ସହ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଲକ୍ଷ୍ମଣ ।

ଦିନେ ପରିବାର ସହ ବେଶ୍ ହସ ଖୁସିରେ କଟୁଥିଲା ଦିନ । ଚାଳ ଘରେ ସ୍ତ୍ରୀ, ପୁଅ, ଝିଅ, ବୃଦ୍ଧା ବାପା ଓ ମା’ଙ୍କୁ ନେଇ ଆଗକୁ ବଢୁଥିଲେ ଲକ୍ଷ୍ମଣ । ହେଲେ ତାଙ୍କ ଜୀବନରେ ଲକ୍ଷ୍ମଣ ରେଖା ଟାଣି ଦେଇଛି ଏହି ମାରାତ୍ମକ କ୍ୟାନସର । ତେବେ ଆପଣ ଚାହିଁଲେ ଲକ୍ଷ୍ମଣଙ୍କୁ ଆର୍ଥିକ ସହାୟତା ଦେଇପାରିବେ..

  • ଆକାଉଣ୍ଟ ନମ୍ବର-୩୪୭୦୪୯୨୫୯୯୧
  • ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଜଗତସିଂହପୁର)
  • ଆଇଏଫଏସସି କୋଡ଼—ଏସବିଆଇଏନ-୦୦୦୩୯୪୩