ପ୍ରେମପାଇଁ ପ୍ରେମିକା ପାରିକଲେ ୫ ହଜାର କି.ମି । ଜୀବନସାଥୀ ପାଇଁ ସୁଦୂର ତୁର୍କୀରୁ ଚାଲି ଆସିଲେ ଆନ୍ଧ୍ର ।

591

କନକ ବ୍ୟୁରୋ : ପ୍ରେମ ନୁହେଁ କାଚ କି କାଞ୍ଚନ, ହୀରା, ମୋତି ମାଣିକ ନୁହେଁ ତାର ସମତୁଲ
ସେ ଦୁଇ ଆତ୍ମାର ଅଦୃଶ୍ୟ ମିଳନ,
ପ୍ରେମ ଚିରନ୍ତନ ଶାଶ୍ୱତ
ପ୍ରେମ ଶୁଣାଏ ନୀରବତାର ଭାଷା, ପ୍ରେମରେ ପର ହୋଇଯାଏ ଏକାନ୍ତ ଆପଣା ।

ସତରେ ପ୍ରେମ ଏମିତି ଏକ ସମ୍ପର୍କ ଯାହା ଆଗରେ ହାର ମାନେ ଦୁନିଆଁର ସବୁ ପ୍ରତିବନ୍ଧକ । ଯେତେ ଦୂରରେ ଥିଲେ ବି ମନ ଟାଣି ଆଣେ ଆପଣାର ମଣିଷକୁ ଅତି ନିକଟକୁ, ଆଉ ଦୁହେଁ ମିଶି ଏକାଠି ଜୀବନର ବାଟ ଚାଲିବାକୁ ନିଅନ୍ତି ଶପଥ । ଏହାକୁ ସତ କରି ଦେଖାଇଛନ୍ତି ସାତ ଦରିଆ ପାରି ତୁର୍କିର ଝିଅ । ନିଜ ପ୍ରେମିକ ପାଇଁ ଚାଲିଆସିଛନ୍ତି ୫୦୦୦ କିଲୋମିଟର ଦୂର ଭାରତର ଆନ୍ଧ୍ରପ୍ରଦେଶ ।ଆଉ ଭାରତୀୟ ରୀତି ନୀତି ବାନ୍ଧି ହୋଇଛନ୍ତି ପବିତ୍ର ବିବାହର ସମ୍ପର୍କରେ ।

ତୁର୍କୀର ଝିଅ ଗିଜେମଙ୍କୁ ପ୍ରେମ ହୋଇଥିଲା ଆନ୍ଧ୍ର ପ୍ରଦେଶ ଗୁଣ୍ଠୁର ଜିଲ୍ଲା ମଧୁ ସଙ୍କିର୍ଥଙ୍କ ସହ । ୨୦୧୬ ମସିହାରେ ଦୁହେଁ ଏକ ପ୍ରୋଜେକ୍ଟରେ ଯାଇଥିବାବେଳେ ଦୁହିଁଙ୍କର ଭେଟ ହୋଇଥିଲା । ଦୁଇ ଭିନ୍ନ ଦେଶ , ଭାଷାର ହୋଇଥିଲେ ବି ଦୁହିଁଙ୍କ ମନ କିନ୍ତୁ ମିଶିଯାଇଥିଲା । ହେଲେ ପରିବାର ଲୋକଙ୍କ ସହମତି ନମିଳିବା ଯାଏଁ ବିବାହ କରି ଅପେକ୍ଷା କରିବେ ବୋଲି ନଷ୍ପତ୍ତିିି ନେଇଥିଲେ । ପ୍ରୋଜେକ୍ଟ ସରିବା ପରେ ସଙ୍କିର୍ଥ ଭାରତ ଫେରି ଆସିଥିଲେ ସତ ହେଲେ ପୋଷ୍ଟିଙ୍ଗରେ ପୁଣି ତାଙ୍କୁ ତୁର୍କି ଯିବାକୁ ପଡିଲା । ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହୋଇଥିଲା । ୨୦୧୯ରେ ଦୁହେଁ ନିର୍ବନ୍ଧ ମଧ୍ୟ କରିଥଲେ ବି ବିବାହ ପାଇଁ ଦୁହିଁଙ୍କ ଘର ଲୋକ ଅମଙ୍ଗ ହୋଇଥିଲେ । କିଛି ଭୁଲ ନିଷ୍ପତ୍ତି ନନେଇ ବରଂ ନିଜ ନିଜ ସ୍ତରରେ ପରିବାର ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ।

ଦୁହେଁଙ୍କ ମଧ୍ୟରେ ଥିବା ନିବିଡ ସମ୍ପର୍କ ହାର ମାନିଥିଲା ଉଭୟଙ୍କ ବାପା, ମା’ଙ୍କ ଜିଦି । ପିଲାଙ୍କ ସୁଖକୁ ନିଜ ସୁଖ ବୋଲି ଭାବିନେଲେ ଉଭୟଙ୍କ ଅଭିଭାବକ । ଦୁଇ ପରିବାର ମଧ୍ୟରେ ଭେଟଭାଟ ଓ କଥାବାର୍ତ୍ତା ପରେ ବିବାହ କରରାଇବାକୁ ସ୍ଥିର ହେଲା । ବିଦେଶର ସବୁ ସୁଖ ସ୍ୱାଚ୍ଛନ୍ଦକୁ ଛାଡି ଗିଜେମ ଚାଲିଆସିଲେ ଭାରତ ।

ଗତ ମଙ୍ଗଳବାର ସଂକିର୍ଥ ଓ ଗେଜମଙ୍କର ଗୁଣ୍ଠୁର ଠାରେ ତେଲୁଗୁ ରୀତିନୀତି ମୁତାବକ ବିବାହ ସମ୍ପନ୍ନ ହୋଇଛି । ଏହି ବାହାଘର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିଛି ଲୋକ ବିଦେଶୀ କନ୍ୟା ଓ ଦେଶୀବରକୁ ଆର୍ଶିବାଦ ଦେବାକୁ ବିବାହ ମଣ୍ଡପ ନିକଟରେ ପହଂଚିଥିଲେ । ତେବେ ଭିନ୍ନ ଏକ ସଂସ୍କୃତି ଓ ପରମ୍ପରାରେ ସାମିଲ ହୋଇ ବେଶ ଖୁସି ଥିବା କୁହନ୍ତି ଗିଜେମ୍ ।

ର ଜଣେ ଯୁବକଙ୍କ ସହ ପ୍ରେମ ହୋଇଯାଇଥିଲା । ଏହାପରେ ମହିଳା ଜଣଙ୍କ ୫ ହଜାର କିଲୋମିଟର ଦୂରରୁ ଆସି ଆନ୍ଧ୍ର ପ୍ରଦେଶରେ ଯୁବକଙ୍କ ଘରେ ପହଂଚିଯାଇଥିଲେ । ଏହାପରେ ଭାରତୀୟ ରୀତି ନୀତିରେ ସେମାନଙ୍କର ବିବାହ ସମ୍ପର୍ଣ୍ଣ ହୋଇଛି ।