ବିବାଦରେ ଫିଲ୍ମ ‘ଅତରଙ୍ଗୀ ରେ’ । ବୟକଟ୍ କରିବାକୁ ଦାବି । କାରଣ କ’ଣ?

236

କନକ ବ୍ୟୁରୋ: ଏବେ ବକ୍ସ ଅଫିସରେ ଜମୁଛି ଫିଲ୍ମ ‘ ଅତରଙ୍ଗୀ ରେ’ । ଏହି କାହାଣୀ ବିହାରର ବାସିନ୍ଦା ରିଙ୍କୁ ସୂର୍ଯ୍ୟବଂଶୀଙ୍କୁ କେନ୍ଦ୍ରିତ କରିଛି । ଏହି ଭୂମିକାରେ ସାରା ଅଲ୍ଲି ଖାନଙ୍କୁ ଦେଖିବାକୁ ମିଳିଛି । କାହାଣୀ ଅନୁସାରେ ରିଙ୍କୁ ବାରମ୍ବାର ଘରୁ ଲୁଚି ପଳାଉଥିବାରୁ ଏଥିରେ ଅତିଷ୍ଠ ହୋଇ ଜଣେ ତାମିଲ ବ୍ରାହ୍ମଣ ପୁଅ ବିଶୁ ସହ ରିଙ୍କୁର ବିବାହ କରାଇଦିଅନ୍ତି ପରିବାର ଲୋକେ । ହେଲେ ଏହି ବିବାହ ପାଇଁ ନା ପୁଅ ନା ଝିଅ କେହି ବି ରାଜି ନଥାନ୍ତି । ରିଙ୍କୁ କିନ୍ତୁ ଜଣେ ଯାଦୁଗରକୁ ପ୍ରେମ କରିବସେ । ଏହି ଭୂମିକାରେ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିଛି । ଅତି ଚମକ୍ରାର କାହାଣୀ ସହ ଭିନ୍ନ ଧରଣର ଗୀତକୁ ନେଇ ଆଶାତୀତ ପ୍ରଶଂସା ସାଉଁଟିଛି ଏହି ଫିଲ୍ମ । ହେଲେ ଅନ୍ୟପଟେ ଏହା ଏବେ ବିବାଦ ମଧ୍ୟକୁ ଆସିଛି ।

ଗୋଟେ ପଟେ ପ୍ରଶଂସା ମିଳୁଥିବାବେଳେ ଅନ୍ୟପଟେ ଏହାକୁ ନେଇ ସୋସିଆଲ ମିଡିଆରେ #Boycott_Atrangi_Re (ବୟକଟ୍ ଅତରଙ୍ଗୀରେ ରେ) ଟ୍ରେଣ୍ଡ ହେଉଛି । ଏହି ଫିଲ୍ମରେ ଥିବା କିଛି ଅଂଶକୁ ‘ହିନ୍ଦୁଫୋବିକ୍’ ବୋଲି କୁହାଯାଇଛି । କିଛି ୟୁଜର୍ସ ଏହାକୁ ଲଭ୍ ଜିହାଦ ବୋଲି କହିବା ସହ ଏହାକୁ ହିନ୍ଦୁ ଧର୍ମର ଅପମାନ ବୋଲି କହିଛନ୍ତି । ତେଣୁ ଏହାକୁ ଯଥାଶିଘ୍ର ବୟକଟ୍ କରିବାକୁ ଦାବି ଜୋର ଧରିଛି ।