ରାଜ୍ୟରେ ଆଜି ସବୁଠୁ ଉତ୍ତପ୍ତ ସହର ହେଲା ବଲାଙ୍ଗୀର । ୧୨ ସ୍ଥାନରେ ତାପମାତ୍ରା ୩୭ ଡିଗ୍ରୀ ଉପରେ

111

କନକ ବ୍ୟୁରୋ: ରାଜ୍ୟରେ ଆଜି ସବୁଠୁ ଉତ୍ତପ୍ତ ସହର ହେଲା ବଲାଙ୍ଗୀର । ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ମୁତାବକ, ଆଜି ବଲାଙ୍ଗୀରର ତାପମାତ୍ରା ରହିଥିଲା ୩୮.୩ ଡିଗ୍ରୀ ସେଲସିୟସ୍ । ସେହିପରି ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ, ବାଲେଶ୍ୱରର ତାପମାତ୍ରା ଆଝି ୩୭ ଡିଗ୍ରୀ ଥିବାବେଳେ, ଚାନ୍ଦବାଲିର ୩୬ ଡିଗ୍ରୀ, କଟକରୁ ୩୬ ଡିଗ୍ରୀ, ଭୁବନେଶ୍ୱରର ତାପମାତ୍ରା ୩୬.୬ ଡିଗ୍ରୀ ରହିଥିଲା । ଅନ୍ୟପଟେ ଅନୁଗୁଳର ତାପମାତ୍ରା ୩୮.୧ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ସେପଟେ ସମ୍ବଲପୁରର ତାପମାତ୍ରା ୩୭.୫ ଡିଗ୍ରୀ ସେଲସିୟସ୍, ତାଳଚେରର ୩୭ ଡିଗ୍ରୀ, ଫୁଲବାଣୀର ତାପମାତ୍ରା ୩୬.୧ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ସେହିପରି ନୟାଗଡ ଓ ବୌଦ୍ଧର ତାପମାତ୍ରା ୩୭.୫ ଡିଗ୍ରୀ ସେଲସିୟସ୍ ରହିଛି ।