ସୁନ୍ଦରୀ ଆସୁଛି ସାତକୋଶିଆ । ମହାବୀର ସହ ମିଶି ବଢାଇବ ବାଘ ବଂଶ । ଭେଟନ୍ତୁ ସୁନ୍ଦରୀ ବାଘୁଣୀକୁ ।

112

ବାନ୍ଧବଗଡର ସବୁଠାରୁ ସୁନ୍ଦରୀ ବାଘୁଣୀ ସାତକୋଶିଆର ସୈାନ୍ଦର୍ଯ୍ୟ ବଢାଇବ । ୨ ବର୍ଷ ୩ ମାସର ଏହି ବାଘୁଣୀ (ଟି – ୪୧୨)କୁ ଦ୍ୱିତୀୟ ପର୍ଯ୍ୟାୟରେ ସାତୋକୋଶିଆ ଅଣାଯାଉଛି ।

ଆଜି ବାଘ ସନ୍ଧ୍ୟା ସୁଦ୍ଧା ସାତକୋଶିଆରେ ପହଂଚିବ ବୋଲି କୁହାଯାଉଛି । ଗତକାଲି ସନ୍ଧ୍ୟା ୫ଟାରେ ଏକ ସ୍ୱତନ୍ତ୍ର ଟ୍ରକ ଯୋଗେ ସୁନ୍ଦରୀକୁ ଅଣାଯାଉଛି ।

ସୁନ୍ଦରୀକୁ ଆଣିବାକୁ ପ୍ରଥମେ ତାକୁ ବାନ୍ଧବଗଡରେ ହାତୀ ସାହାଯ୍ୟରେ ଠାବ କରାଯିବା ସହ ତାକୁ ଟ୍ରାଙ୍କୁଲାଇଜ କରାଯାଇଥିଲା ।

ପୂର୍ବରୁ ଆସିଥିବା ମହାବଳ ମହାବୀର ବାଘ ନିଜକୁ ଅଭୟାରଣ୍ୟ ସହ ଖାପଖୁଆଇବା ପରେ ବନବିଭାଗ ପକ୍ଷରୁ ଆଉ ଏକ ବାଘୁଣୀକୁ ଅଣାଯାଉଛି ।

୨ ହେକ୍ଟର ଅଂଚଳ ପରିମିତ ସ୍ଥାନରେ ଏନକ୍ଲୋଜର ତିଆରି କରାଯାଇଛି, ଯେଉଁଠି ସୁନ୍ଦରୀକୁ ରଖାଯିବ ।

ପୂର୍ବରୁ ଆସିଥିବା ମହାବୀ ପାଇଁ ମଧ୍ୟ ସ୍ୱତନ୍ତ୍ର ଏନକ୍ଲୋଜର କରାଯାଇଥିଲା ଆଉ ସେହି ସମାନ ଫର୍ମୁଲା ସୁନ୍ଦରୀ ପାଇଁ ଆପଣାଯାଇଛି ।

ସ୍ଥିତି ସହ ଖାପ ଖୁଆଇବା ପରେ ଧୀରେ ଧୀରେ ଏନକକ୍ଲୋଜରକୁ ହଟାଇ ଦିଆଯିବ । ମହାବୀରକୁ ମଧ୍ୟ ସମାନ ତରିକାରେ ଜଙ୍ଗଲରେ ଛଡାଯିବ ।

ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ସୁଦର୍ଶନ ପଣ୍ଡା ସୂଚନା ଦେଇ କହିଛନ୍ତି, ଆମର ବିଶ୍ୱାସ କି ବାଘ ଭଳି ବାଘୁଣି ମଧ୍ୟ ଏଠାକାର ଜଳବାୟୁ ସାଙ୍ଗେ ନିଜକୁ ଖାପଖୁଆଇ ପାରିବ ।

ପୂର୍ବରୁ ଆସି ଥିବା ମହାବଳ ବାଘ ଉପରେ ସାତକୋଶିଆ ବନବିଭାଗ ପକ୍ଷରୁ ୨୪ ଘଣ୍ଟିଆ ନଜର ରଖାଯାଇଛି । ବନ୍ୟବିଭାଗ ପକ୍ଷରୁ କୁହାଯାଇଛି ଯେ, ମହାବଳ ବାଘଟି ନିଜକୁ ଏଠାରେ ଭଲ ଭାବରେ ଖାପ ଖୁଆଇ ସାରିଲାଣି ଏପରିକି ନିଜେ ଶିକାର କରି ମଧ୍ୟ ଖାଦ୍ୟ ଗ୍ରହଣ କରୁଛି । ସୁନ୍ଦରୀ ମଧ୍ୟ ଖୁବଶୀଘ୍ର ନୂଆ ଜଳବାୟୁ ସହ ଖାପ ଖୁଆଇବ ବୋଲି ଆଶା ରହିଛି ।

ସୁନ୍ଦରୀ ଓ ମହାବୀର ୨ଟି ବାଘ ସାତକୋଶିଆକୁ ଆସିଥିବା ବେଳେ ଆଗକୁ ଆଉ ୪ଟି ବାଘ ଅଣାଯିବ ।

ଦେଶରେ ପ୍ରଥମ ଥର ପାଇଁ ବାଘବଂଶ ବଢାଇବାକୁ ରାଜ୍ୟ ରାଜ୍ୟ ଭିତରେ ବାଘ ସ୍ଥାନାନ୍ତରଣ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି ।