ଆପଣଙ୍କ ଫୋନରେ ଏହି ୬ଟି ଚାଇନିଜ ଆପ୍ ଅଛି କି ? ତୁରନ୍ତ କରନ୍ତୁ ଡିଲିଟ୍, ହୋଇପାରେ ଆପଣଙ୍କ ପାଇଁ କ୍ଷତିକାରକ  

ସୁରକ୍ଷା ଏଜେନ୍ସି ମଧ୍ୟ ଚାଇନିଜ୍ ମୋବାଇଲ ଆପକୁ ବିପଦଜନକ କହିଛନ୍ତି ।

1,960

ଚାଇନିଜ ଆପକୁ ନେଇ ଭାରତରେ ସବୁବେଳେ ହଙ୍ଗାମା ହୋଇଛି । କେତେକ ସୁରକ୍ଷା ଏଜେନ୍ସି ମଧ୍ୟ ଚାଇନିଜ୍ ମୋବାଇଲ ଆପ୍ କୁ ବିପଦଜନକ କହିଛନ୍ତି । ଗତ କିଛି ମାସ ଉପରେ ନଜର ପକାଇଲେ , TikTok, Kwai, BigoLive, UpLive ଏବଂ Like ଭଳି ଆପ୍ ଭାରତରେ ବହୁତ ଲୋକପ୍ରିୟ ହୋଇଯାଇଛି, କିନ୍ତୁ ବିଶେଷଜ୍ଞଙ୍କ କଥା ଶୁଣିବେ ଯଦି ଏହି ସମସ୍ତ ଆପ୍ ଆପଣଙ୍କ ପାଇଁ କ୍ଷତିକାରକ । ଏହି ଆପ୍ ଭାରତର ଆଇନକୁ ଉଲ୍ଲଘଂନ କରିପାରନ୍ତି । ନଜର ପକାଇବା ଭଳି କଥା ଏହା ଯେ, ଏହି ଆପର ପ୍ରାଇଭେସୀ ପଲିସି ମଧ୍ୟ ତାଙ୍କ ଭାଷା ଚାଇନିଜରେ ଦିଆଯାଇଛି । ଏମିତିରେ ଆପଣ ଓ ଆମେ ନା ତାକୁ ପଢ଼ିପାରୁ ନା ବୁଝିପାରୁ ।

କିନ୍ତୁ ଏହା ପ୍ରଥମଥର ନୁହେଁ ଯେ ଚାଇନିଜ୍ ଆପକୁ ୟୁଜର୍ସଙ୍କ ପାଇଁ କ୍ଷତିକାରକ କୁହାଯାଇଛି । ଏହା ପୂର୍ବରୁ ବି ୟୁସି ବ୍ରାଉଜରକୁ ନେଇ ହଙ୍ଗାମା ହୋଇଥିଲା  ଏବଂ ଗୁଗଲ ପ୍ଲେ-ଷ୍ଟୋରରୁ ଆପକୁ ହଟାଇ ଦିଆଯାଇଥିଲା । ପରେ ପୁଣି ଏହାକୁ ପବ୍ଲିସ କରାଯାଇଥିଲା । ଜାଣନ୍ତୁ ସେହି ଆପ୍ ଗୁଡିକ ବିଷୟରେ…

Weibo : ଯଦି ଏହି ଆପ୍ ଆପଣଙ୍କ ଫୋନରେ ଅଛି, ତେବେ ଆଗକୁ ଏହା ଆପଣଙ୍କ ପାଇଁ ବିପଦଜନକ ହୋଇପାରେ । ଏହା ଚୀନରେ ବହୁତ ଲୋକପ୍ରିୟ ସୋଶିଆଲ ମିଡିଆ ଆପ୍ ।

WeChat : ଏହି ଆପ୍ ବି ହ୍ୱାଟସଆପ୍ ଭଳି ଏକ ଚାଟିଙ୍ଗ ଆପ୍ । କିନ୍ତୁ ସୁରକ୍ଷା ଏଜେନ୍ସି ଏହାକୁ ଭାରତୀୟ ୟୁଜର୍ସଙ୍କ ପାଇଁ କ୍ଷତିକାରକ କହିଛନ୍ତି ।

SHAREit : ଏହା ଏକ ଫାଇଲ ସେୟାରିଙ୍ଗ ଆପ୍ କିନ୍ତୁ ଗତ କିଛି ମାସରେ ଏହି ଆପ୍ ନ୍ୟୁଜ ବି ଦେଉଛି । ଏହା ଅଶ୍ଳୀଳ ଭିଡିଓ ନୋଟିଫିକେସନ୍ ଜରିଆରେ ଆପଣଙ୍କ ଫୋନକୁ ପଠାଏ ।

UC News : ଅଲିବାବାଙ୍କ ଗ୍ରୁପ୍ ୟୁସି ବ୍ରାଉଜର ବ୍ୟତୀତ ୟୁସି ନ୍ୟୁଜ୍ ଆପ୍ ବି ଲଂଚ କରିଛନ୍ତି । କିନ୍ତୁ ସୁରକ୍ଷା ଏଜେନ୍ସି ଏହି ଆପକୁ କ୍ଷତିକାରକ ଦର୍ଶାଇଛନ୍ତି ।

UC Browser : ଏହାକୁ ବ୍ୟକ୍ତିଗତ ତଥ୍ୟ ଓ ଡାଟାର ପ୍ରାଇଭେସି ଦୃଷ୍ଟିରୁ କ୍ଷତିକାରକ ଆପ୍ ଦର୍ଶାଯାଇଛି ।

BeautyPlus : ଏଥିରେ ଫଟୋକୁ ଏଡିଟ୍ କରିବା ପାଇଁ ଅନେକ ଫିଚର୍ସ ଦିଆଯାଇଛି ।