୨୦୨୪ ଓ ୯ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଜେପିର ଷ୍ଟାଟେଜି ମେକିଂ । ଦିଲ୍ଲୀ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ପଡିଲା ନିର୍ବାଚନ ରଣନୀତିର ମୁଳଦୂଆ ।

84

କନକ ବ୍ୟୁରୋ : ଦିଲ୍ଲୀରେ ଆୟେ।।ଜିତ ହୋଇଛି ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ । ବୈଠକର ୨ୟ ଦିନରେ ଦଳର ବରିଷ୍ଠ ନେତା ଯୋଗ ଦେଇଛନ୍ତି । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଜାତୀୟ କାର୍ଯ୍ୟକାରିଣି ବୈଠକରେ ଦଳ ମାନସମନ୍ଥନ କରିଛି । ଏଥିସହ ଚଳିତବର୍ଷ ଅନୁଷ୍ଟିତ ହେବାକୁ ଥିବା ୯ରାଜ୍ୟର ବିଧାନସଭା ଭୋଟ ପାଇଁ ପଡିଛି ରଣନୀତିର ମୁଳଦୁଆ । ରାଜସ୍ଥାନ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ତ୍ରିପୁରା, ନାଗାଲ୍ୟାଣ୍ଡ, ମେଘାଳୟ, ମିଜୋରମ, ଛତିଶଗଡ ସହ ତେଲେଙ୍ଗାନାରେ ହେବ ବିଧାନସଭା ନିର୍ବାଚନ । ୨୦୨୪ ଲୋକସଭା ନିର୍ବାଚନରେ କିଭଳି ଦଳକୁ ବହୁମତ ମିଳିବ ଓ କ୍ଷମତା ହାତେଇବ ସେନେଇ ଚାଲିଛି ଷ୍ଟାଟେଜି ମେକିଂ ।

ବିଜେପି ପକ୍ଷରୁ ସମସ୍ତ ରାଜ୍ୟ ଅଧ୍ୟକ୍ଷ, ପ୍ରଭାରୀଙ୍କୁ ଦିଆଯାଉଛି ଗୁରୁମନ୍ତ୍ର । ସୋମବାର ମୋଦିଙ୍କ ରୋଡ ଶୋରୁ ବିଜେପି ମିଶନ ୨୦୨୪ ଆରମ୍ଭ କରିଛି । ଏଥିସହ ବଢ଼ିଛି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ । ନଡ୍ଡାଙ୍କ କାର୍ଯ୍ୟକାଳ ଆଉ ବର୍ଷେ ପାଇଁ ବୃଦ୍ଧି କରାଯାଇଛି । ୨୦୨୪ ମସିହା ଜୁନ୍ ମାସ ଯାଏଁ ନଡ୍ଡା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିବେ । ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀମାନେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଛନ୍ତି । ମୋଦି ସରକାରଙ୍କ ଉପଲବ୍ଧି ବଖାଣିବା ସହ କେନ୍ଦ୍ରମନ୍ତ୍ରୀ ବିଜେପି ଆଗାମୀ ଦିନର ରଣନୀତି ଉପରେ ଚର୍ଚ୍ଚା କରିଛନ୍ତି । ଆର୍ଥିକ, ସାମାଜିକ ଓ ଡିଜିଟାଲ କ୍ଷେତ୍ରରେ ଭାରତର ବିକାଶ ହେଉଛି ଓ ଆଗାମୀ ଦିନରେ ବିଶ୍ୱ ମଂଚରେ ଭାରତ ଅନ୍ୟତମ ଶକ୍ତିଶାଳୀ ଦେଶଭାବେ ଉଭା ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।