ରଙ୍ଗରେ ପର୍ବରେ ରଙ୍ଗିନ୍ ହେଲା ବୃଦ୍ଧାଶ୍ରମ: ରାଇରଙ୍ଗପୁର ବିର୍ସାମୁଣ୍ଡା ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କ ସହ ହୋଲି ପାଳିଲେ ଆଶ୍ରମ କର୍ତ୍ତୃପକ୍ଷ

74

କନକ ବ୍ୟୁରୋ: ରଙ୍ଗର ପର୍ବ ପାଇଁ ଉତ୍ସବ ମୁଖର ରାଜ୍ୟ । ସବୁଠି ଲୋକେ ହୋଲି ଖେଳୁଥିବା ବେଳେ ଏଥିରୁ ବାଦ ପଡ଼ି ନାହାନ୍ତି ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀ । ଆଖିରେ ଜ୍ୟୋତି ନଥିବାରୁ ଦୁନିଆଟା ସିନା ଅନ୍ଧାର କିନ୍ତୁ ସେମାନଙ୍କ ମନରେ ରହିଛି ଅନେକ ରଙ୍ଗିନ ସ୍ୱପ୍ନ । ଗଜପତି ଜିଲ୍ଲା ମୋହନାରେ ଥିବା ଏକମାତ୍ର ଦୃଷ୍ଟିହୀନ ବିଦ୍ୟାଳୟରେ ଧୁମଧାମରେ ପାଳନ କରାଯାଇଛି ହୋଲି ପର୍ବ । ପରସ୍ପରକୁ ରଙ୍ଗ ବୋଳି ଖୁସି ମନାଇଛନ୍ତି ଛାତ୍ରଛାତ୍ରୀ ।

ସବୁ ହୋଲି ଠାରୁ ଟିକେ ନିଆରା କେନ୍ଦୁଝର ହାଟଡିହିର ହୋଲି । ବିଷ୍ଣୁପ୍ରିୟା ବାଳାଶ୍ରମ ହୋଇଛି ଉତ୍ସବ ମୁଖର । ଗୋଟିଏ ପଟେ ଅନାଥ ଶିଶୁ ଓ ଅନ୍ୟପଟେ ରଙ୍ଗର ପର୍ବ ପାଳନ କରିଛନ୍ତି ଘର ପରିବାର ଠାରୁ ଦୂରରେ ରହୁଥିବା ବୃଦ୍ଧବୃଦ୍ଧା । ଶିଶୁମାନେ ରଙ୍ଗ ଅବିର ଲଗାଇ ପରସ୍ପର ମଧ୍ୟରେ ହୋଲି ଖେଳୁଛନ୍ତି । ଅନ୍ୟପଟେ ଆଶ୍ରମର କର୍ମକର୍ତା ଅନ୍ତେବସୀଙ୍କୁ ରଙ୍ଗ ଲଗାଇ ଆଶୀର୍ବାଦ ନେଇଛନ୍ତି । ଆଜି ହୋଲି ଏମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଖୁସିର ଅବସର ଆଣି ଦେଇଛି ।

ଭିନ୍ନ ଢଙ୍ଗରେ ହୋଲି ଖେଳ । ଷ୍ଟିଲସିଟିରେ କାଦୁଅରେ ହୋଲି ଖେଳିଛନ୍ତି ଛାତ୍ରଛାତ୍ରୀ । ରାଉରକେଲା ଏନ୍ଆଇଟି ପରିସରରେ କାଦୁଅ ପୋଖରୀରେ ହୋଲି ଉତ୍ସବ ପାଳନ କରିଛନ୍ତି । କୃତ୍ରିମ ରଙ୍ଗକୁ ଛାଡ଼ି ମାଟି କାଦୁଅରେ ହୋଲି ଖେଳିଛନ୍ତି ଛାତ୍ରଛାତ୍ରୀ । ଏହାସହ ନାଚ ଗୀତର ତାଳେ ତାଳେ ହୋଲି ରଙ୍ଗରେ ମତୁଆଲା ହୋଇଛନ୍ତି ଛାତ୍ରଛାତ୍ରୀ ।