ମୃତ ପୁଅକୁ ନ୍ୟାୟ ଦେବା ପାଇଁ ୭ ବର୍ଷ ହେବ ସଂଘର୍ଷ କରୁଛନ୍ତି ମାଆ । ଅଭିଯୋଗ ଶୁଣୁନାହାନ୍ତି କେହି

120

କନକ ବ୍ୟୁରୋ: ମୃତ ପୁଅକୁ ନ୍ୟାୟ ଦେବା ପାଇ ୭ ବର୍ଷ ହେବ ସଂଘର୍ଷ କରୁଛନ୍ତି ମାଆ । ହେଲେ ତାଙ୍କ ଅଭିଯୋଗ କେହି ଶୁଣୁନାହାନ୍ତି । ନ୍ୟାୟ ଟିକିଏ ପାଇଁ ଅଭିଯୋଗ ଫର୍ଦ୍ଦ ଧରି ଅନେକ ଜାଗା ବୁଲିଛନ୍ତି ଉଦଳା ଏନଏସିରେ ରହୁଥିବା ନାଗପାଳର ସୁବାସିନୀ ବେହେରା । ପରିଣତ ବୟସରେ ଆଜି ବି ପୁଅ ମୃତ୍ୟୁର ରହସ୍ୟ ଫିଟାଇବାକୁ ସଂଘର୍ଷ କରିଚାଲିଛନ୍ତି । ୨୦୧୬ ମସିହା ଜୁଲାଇ ୧୬ ତାରିଖରେ ତାଙ୍କ ପୁଅ ମୃତ୍ୟୁ ଖବର ତାଙ୍କ ପାଖରେ ପହଞ୍ଚିଥିଲା । ଭୁବନେଶ୍ୱର ଡେଲଟା ଛକରେ ଥିବା ଏକ ଗେଷ୍ଟ ହାଉସରୁ ଅକ୍ଷୟଙ୍କ ମୃତଦେହ ମିଳିଥିଲା । ଅକ୍ଷୟ ମାଆ ଭୁବନେଶ୍ୱରରେ ପହଞ୍ଚି ପୁଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ନ୍ୟାୟ ଅପେକ୍ଷାରେ ଅଛନ୍ତି ସୁବାସିନୀ ।