ଝାଡାବାନ୍ତିରେ ଆକ୍ରାନ୍ତ ପୁଅର ଚିକିତ୍ସା କରାଇବାକୁ ଆଣି ଡାକ୍ତରଖାନରୁ ନିଖୋଜ ମାଆ। ୨ ସପ୍ତାହ ହେଲା ନିଖୋଜ ଅଛନ୍ତି କାଶୀପୁରର ଲଳିତା ଝଡିଆ। 

72

କନକ ବ୍ୟୁରୋ: ଝାଡାବାନ୍ତିରେ ଆକ୍ରାନ୍ତ ପୁଅକୁ ଚିକିତ୍ସା କରାଇବାକୁ ଯାଇ ଡାକ୍ତରଖାନାରୁ ନିଖୋଜ ମା’ । ରାୟଗଡା କାଶିପରରୁ ଆସିଛି ଏହି ଅଭାବନୀୟ ଖବର । ଟିକିରି ଝଡିଆସାହିର ଦୁର୍ଯୋଧନ ଝଡିଆ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ପ୍ରଥମେ ଓଷାପଡା ଉକ୍ରଳ ଆଲୁମିନା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ସ୍ଥିତି ବିଗିଡିବାରୁ ଦୁର୍ଯୋଧନଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ।

ତେବେ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ପୁଅ ପହଞ୍ଚିବା ପରେ ମାଆ ଲଳିତା ଝଡିଆ ନିଖୋଜ ହୋଇ ଯାଇଛନ୍ତି । ମା’ ଘରକୁ କିମ୍ବା କୌଣିସ ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଥିବା ଅନୁମାନ କରିଥିଲେ ପରିବାର ଲୋକେ । ତେବେ ପୁଅ ଦୁର୍ଯୋଧନ ସୁସ୍ଥ ହୋଇ ଘରକୁ ଫରିଛନ୍ତି । ଏହାରି ଭିତରେ ୨ ସପ୍ତାହ ବିତିିଲାଣି ହେଲେ ଏଯାଏଁ ୫୫ ବର୍ଷୀୟ ଲଳିତା ଝଡିଆଙ୍କ ପତା ମିଳିନାହିଁ । ଏନେଇ ରାୟଗଡା ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି ।