ପାଠପଢିବା ପାଇଁ ଆଦିବାସୀ ଛାତ୍ରୀଙ୍କ ପଦଯାତ୍ରା। ପାଠପଢିବା ପାଇଁ ଦିନକୁ ଚାଲନ୍ତି ୨୪ କିଲୋମିଟର ରାସ୍ତା।

51

କନକ ବ୍ୟୁରୋ: ଆଦିବାସୀ ଝିଅର ପାଠ ପଢ଼ିବା ନିଶା । ପାଠପଢ଼ିବାକୁ ପ୍ରତିଦିନ ଚାଲୁଛନ୍ତି ୧୨ କିଲୋମିଟର । କେତେବେଳେ ଚାଲି ଚାଲି ତ ଆଉ କେତେବେଳେ କାହାକୁ ସାହାଯ୍ୟ ମାଗି ସ୍କୁଲ ଯାଉଛନ୍ତି । ନବମ ଶ୍ରେଣୀରେ ପଢୁଛନ୍ତି ଯାଜପୁର ଜିଲ୍ଲାର ଏହି ଆଦିବାସୀ ଛାତ୍ରୀ । ଦାନଗଦୀ ବ୍ଲକ ଟୁଙ୍ଗେଇଶୁଣୀ ଗାଁର ବାଲେମା ଗଇପେଇ । ବାପାଙ୍କ ମୃତ୍ୟୁ ପରେ ମାଆ ହାଣ୍ଡିଆ ବିକ୍ରି ପରିବାର ଚଳାଉଛନ୍ତି । ଅଭାବ-ଅନାଟନ ଭିତରେ ବାଲେମା ପାଠ ପଢି ବଡ଼ ମଣିଷ ହେବାକୁ ସ୍ୱପ୍ନ ଦେଖୁଛନ୍ତି ।

ସେଥିପାଇଁ ଗାଁ ନିକଟ ଏକ ଆଶ୍ରମ ସ୍କୁଲରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲେ । ଏହାପରେ ଗାଁ ନିକଟରେ କୌଣସି ହାଇସ୍କୁଲ ନଥିବାରୁ ତାଙ୍କ ପାଠପଢ଼ା ବନ୍ଦ ହୋଇଯାଇଥିଲା । ପରେ କିଛି ସ୍ୱେଚ୍ଛାସେବୀଙ୍କ ହସ୍ତକ୍ଷପ ଯୋଗୁଁ ପୁଣି ପାଠପଢା ଆରମ୍ଭ କରିଛନ୍ତି ବାଲେମା । ଗାଁ ଠାରୁ ୧୨ କିଲୋମିଟର ଦୂର ଜନପ୍ରିୟ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ନାମ ଲେଖାଇଛନ୍ତି । ତେଣୁ ଏବ ସବୁଦିନ ପାଦରେ ଚାଲି ଚାଲି ୧୨ କିଲୋମିଟର ଦୂର ସ୍କୁଲ ଯାଉଛନ୍ତି । ବେଳେବେଳେ କାହାକୁ ସାହାଯ୍ୟ ମାଗି ସ୍କୁଲ ଯାଉଛନ୍ତି । ହେଲେ ଏହା ସବୁଦିନ ସମ୍ଭବ ନୁହେଁ । ଯିବା ଆସିବାରେ ସମସ୍ୟା ହେଉଥିବାରୁ ସରକାର ତୁରନ୍ତ ଏକ ସାଇକେଲ ଯୋଗାଇ ଦେବାକୁ ଛାତ୍ରୀ ଜଣଙ୍କ ନିବେଦନ କରିଛନ୍ତି ।