‘ରାଷ୍ଟ୍ରପତ୍ନୀ’ ମନ୍ତବ୍ୟ ନେଇ କ୍ଷମାମାଗିଲେ ଅଧୀର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲେଖିଲେ ଚିଠି। 

77

କନକ ବ୍ୟୁରୋ: କ୍ଷମା ମାଗିଲେ ଅଧୀର ରଞ୍ଜନ ଚୌଧୁରୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି କ୍ଷମା ମାଗିଛନ୍ତି । ଚିଠିରେ ସେ ଲେଖିଛନ୍ତି କହିବା ବେଳେ ମୋ ପାଟିରୁ ଭୁଲବସତଃ ରାଷ୍ଟ୍ରପତ୍ନୀ ଶବ୍ଦ ବାହାରିଯାଇଥିଲା । ମୁଁ କ୍ଷମା ମାଗୁଛି, ଆପଣ ଗ୍ରହଣ କରିବା ପାଇଁ ଅନୁରୋଧ ।

କଂଗ୍ରେସର ପ୍ରତିବାଦ ବେଲେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତିଙ୍କ ବଦଳରେ ରାଷ୍ଟ୍ରପତ୍ନୀ ଉଚ୍ଚାରଣ କରିଥିଲେ । ଏହାକୁ ନେଇ ବିରୋଧ ପ୍ରଦର୍ଶନ ହୋଇଥିଲା । ଶାସକ ଦଳର ସାଂସଦ ଏହାକୁ ନେଇ ସଂସଦ ଓ ସଂସଦ ବାହାରେ ହାଙ୍ଗାମା କରିଥିଲେ ।