ପଞ୍ଜାବରେ ଏଥର କେଜ୍ରିୱାଲ କମାଲ? ଚମକାଇଦେଲା ଏକଜିଟ୍ ପୋଲର ଆକଳନ: ଜାଣନ୍ତୁ କିଏ ଆଗରେ କିଏ ପଛରେ?

174

କନକ ବ୍ୟୁରୋ: ୫ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଆସିଛି ଏକଜିଟ୍ ପୋଲ ସର୍ଭେ ରିପୋର୍ଟ । ତେବେ ପଞ୍ଜାବ ପାଇଁ ଆଜତକ ଦେଇଥିବା ରିପୋର୍ଟ ସମସ୍ତଙ୍କୁ ଚମକାଇ ଦେଇଛି । ଏଥର ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାର ଗଢିପାରେ ବୋଲି ଆକଳନ କରାଯାଇଛି । ଆଜତକର ଆକଳନ ଅନୁସାରେ ଏଥର ଆପ ପଞ୍ଜାବରେ ୭୬ରୁ ୯୦ ସିଟ୍ ପାଇ ସରକାର ଗଠନ କରିପାରେ ।

ଆଜତକର ଆକଳନ
ଆପ୍- ୭୬-୯୦
କଂଗ୍ରେସ- ୧୯-୩୧
ଆକାଳୀ ଦଳ- ୭-୧୧
ବିଜେପି- ୧-୪

୨୦୧୭ରେ ପଞ୍ଜାବରେ କଂଗ୍ରେସ ସରକାର ଗଠନ କରିଥିଲା । ୧୭୭ ସିଟରୁ ୭୭ରେ ବିଜୟୀ ହୋଇ ସରକାର ଗଠନ କରିଥିଲା ଦଳ । ଆପ ୧୧୨ ଆସନରୁ ୨୦ଟି ସିଟରେ ବିଜୟୀ ହୋଇଥିଲା । ତେବେ ଏଥର ଏକଜିଟ ପୋଲ କିନ୍ତୁ କିଛି ଅଲଗା ଆକଳନ କରିଛି । ଯାହାକି ସମସ୍ତଙ୍କୁ ଚମକାଇ ଦେଇଛି ।