କିଏ ଆଗରେ, କିଏ ପଛରେ ? ଉତ୍ତରପ୍ରଦେଶରେ କିଏ ଗଢ଼ିପାରେ ସରକାର ? ଜାଣନ୍ତୁ କ’ଣ କହୁଛି ଏକଜିଟ୍ ପୋଲ୍ ରିପୋର୍ଟ ।

270

କନକ ବ୍ୟୁରୋ : କିଏ ଆଗରେ, କିଏ ପଛରେ ? ଭୋଟ୍ ସରିଲା, ବୁଥ୍ ବାହୁଡା ମତ ଆସିଲା । କିଏ ଗଢିବ ସରକାର, ସେନେଇ ଏକଜିଟ୍ ପୋଲର ଆକଳନ ସାମ୍ନାକୁ ଆସିଛି ।

ରିପବ୍ଲିକ ଟିଭିର ଆକଳନ ଅନୁସାରେ, ଉତ୍ତରପ୍ରଦେଶରେ ପୁଣି ଥରେ ସରକାର ଗଢିପାରେ ବିଜେପି । ବୁଥ୍ ବାହୁଡା ମତ କହୁଛି,

*ରିପବ୍ଲିକ ଟିଭି ଏକଜିଟ୍ ପୋଲ୍ (ଉତ୍ତରପ୍ରଦେଶ)
ବିଜେପି – ୨୪୦
ସମାଜବାଦି ପାର୍ଟି – ୧୪୦
ବହୁଜନ ସମାଜ ପାର୍ଟି – ୧୭
କଂଗ୍ରେସ -୪

*ନ୍ୟୁଜ୍ ୧୮ର ଏକଜିଟ୍ ପୋଲ୍ ଆକଳନ କହୁଛି
ବିଜେପି :୨୬୨-୨୭୭
ସମାଜବାଦି ପାର୍ଟି : ୧୧୯-୧୩୪
କଂଗ୍ରେସ : ୭-୧୫

*ଜନ୍ କି ବାତ୍ ଏକଜିଟ୍ ପୋଲ୍ ଆକଳନ
ବିଜେପି : ୨୨୨-୨୬୦
ସମାଜବାଦି ପାର୍ଟି : ୧୩୫-୧୬୫
କଂଗ୍ରେସ : ୦୧-୦୩
ବହୁଜନ ସମାଜ ପାର୍ଟି : ୦୪-୦୯
ଅନ୍ୟାନ୍ୟ : ୦୩-୦୪

୨୦୧୭ ବିଧାନସଭା ନିର୍ବାଚନରେ ବିପୁଳ ଜନମତ ପାଇ ଉତ୍ତରପ୍ରଦେଶରେ ସରକାର ଗଢ଼ିଥିଲା ଭାରତୀୟ ଜନତା ପାର୍ଟି (ବିଜେପି) । ୪୦୩ଟି ଆସନରୁ ୩୧୨ ସିଟ୍ ଜିତି ବିରୋଧୀଙ୍କ ଗୋଟିଚାଳନାକୁ ଅକାମୀ କରିଦେଇଥିଲା ବିଜେପି । ମୋଦି ମ୍ୟାଜିକ୍ ଆଗରେ କାମ କରିନଥିଲା ବିରୋଧୀଙ୍କ ରଣନୀତି । ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ୪୭ଟି ଆସନରେ ବିଜୟୀ ହୋଇଥିବା ବେଳେ ମାୟାବତୀଙ୍କ ବହୁଜନ ସମାଜପାର୍ଟି ୧୯ଟି ଆସନ ଏବଂ କଂଗ୍ରେସ ମାତ୍ର ୭ଟି ସିଟ୍ ଅକ୍ତିଆର କରିବାକୁ ସକ୍ଷମ ହୋଇଥିଲା ।

ତେବେ ୨୦୨୨ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆସନ୍ତା ମାର୍ଚ୍ଚ ୧୦ ତାରିଖରେ ଆସିବ ନିର୍ବାଚନ ଫଳାଫଳ । ଆଉ ଏହା ପୂର୍ବରୁ ଏକଜିଟ୍ ପୋଲର ଆକଳନ କହୁଛି, ଉତ୍ତରପ୍ରଦେଶରେ ପୁଣି ଥରେ ସରକାର ଗଢିବାରେ ବିଜେପି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିକାଶମୂଳକ କାର୍ଯ୍ୟ ଭୋଟରଙ୍କ ଭରସା ଜିତିଥିବା କହୁଛି ଏକଜିଟ୍ ପୋଲ୍ ।