ଅତିକ-ଅସରଫର ଭୟ ଶେଷ: ମାଫିଆ ମରିବା ପରେ ଖୁସିରେ ପ୍ରୟାଗରାଜ!

315

କନକ ବ୍ୟୁରୋ: ଏବେ ଘରୁ ବାହାରିବା ପୂର୍ବରୁ ପ୍ରୟାଗରାଜବାସୀଙ୍କ ମନରେ ନା ସେହି ଡର ରହିଛି ନା କୌଣସି ଆଶଙ୍କା । ନା ଅଛି ବୋମା ଫୁଟିବାର ଭୟ ନା ଆକ୍ରମଣ ଶିକାର ହେବା ଡର । ଦୀର୍ଘବର୍ଷ ଧରି ଯେଉଁ ଭୟ ଭିତରେ ପ୍ରୟାଗରାଜବାସୀ ବଂଚୁଥିଲେ ସେ ଏବେ ପ୍ରାୟତ ଶେଷ ହୋଇଛି । ପ୍ରୟାଗରାଜରେ ଜଙ୍ଗଲରାଜ ଚଳାଉଥିବା ଅତିକ ଅହମଦ-ଅସରଫ ଅହମଦର ଖେଳ ଶେଷ ହୋଇଛି । ବିଚରାସ୍ତାରେ ହତ୍ୟାର ଶିକାର ହେବା ପରେ ପ୍ରୟାଗରାଜବାସୀଙ୍କ ମନରେ ଏବେ ମାଫିଆଙ୍କୁ ନେଇ ଆଉ ପୂର୍ବପରି ଭୟ ନାହିଁ । ବଂର ଏବେ ସେମାନେ ସେ ବେଶ ଖୁସି ଆଶ୍ୱସ୍ତ ।

ଗ୍ୟାଙ୍ଗଷ୍ଟର ଅତିକ-ଅସରଫଙ୍କ ମୃତ୍ୟୁ ହୋଇସାରିଛି । ପ୍ରୟାଗରାଜରେ ଶେଷ ହୋଇଛି ଏମାନଙ୍କ କଳାସାମ୍ରାଜ୍ୟ । ତଥାପି ଗ୍ୟାଙ୍ଗଷ୍ଟର ସବୁଠୁ ବଡ ସହଯୋଗୀ ତଥା ପତ୍ନୀ ସାହିସ୍ତା ପରବିନ ଏବେ ବି ବଂଚିଛି ।

ଅପରାଧ ଦୁନିଆର ଲେଡି ଡନ୍ ସାହିସ୍ତା ପରବିନ
ମୃତ ଗ୍ୟାଙ୍ଗଷ୍ଟର ଅତିକର ପତ୍ନୀ ସାହିସ୍ତା
ପୁଲିସ ସହ ଖେଳୁଛି ଲୁଚକାଳି

ପୁଲିସ ସହ ଖେଳୁଛି ଲୁଚକାଳି । ହଠାତ କୁଆଡେ ଉଭାନ ହୋଇଯାଇଛି । ୟୁପି ପୁଲିସ ଖୋଜି ଖୋଜି ନୟାନ୍ତ ହୋଇସାରିଥିଲେ ବି ତାର ଟେର ପାଉନି । କୁହାଯାଉଛି ଏନକାଉଁଟର ଭୟରରେ ହୁଏତ ସାହିସ୍ତା ଆତ୍ମସମର୍ପଣ କରିପାରେ ।

ପ୍ରୟାଗରାଜରେ ଯେତିକି ଭୟ ଅତିକ-ଅସରଫରେ ରହିଥିଲା ସେତିକି ଦବଦବା ସାହିସ୍ତା ପରବିନରେ ମଧ୍ୟ ରହିଥିଲା । ଯେଉଁ ସମୟରେ ଅତିକ ଜେଲ ରହୁଥିଲା ସେହି ସମୟର ତାର ବାମ ହାତ ସାଜି ବଟି ଆଦାୟଠୁ ହତ୍ୟା ସବୁ କିଛି ଚାଲିଥିଲା ସାହିସ୍ତା ନିର୍ଦ୍ଦେଶରେ ।

ଜେଲ ଭିତରେ ରହି ଯଦି ଅତିକ ମାଫିଆ ଦୁନିଆରେ ସକ୍ରିୟ ରହୁଥିଲା କାରଣ ତା ପଛରେ ସବୁଠୁ ବଡ ହାତ ରହିଥିଲା ସାହିସ୍ତା ପରବିନର । ଯିଏକି ଏକାକୀ କଳା ସାମ୍ରାଜ୍ୟ ସମ୍ଭାଳୁଥିଲା ।
କୁଆଡ଼େ ଗଲା ସାହିସ୍ତା ପରବିନ?

• ପ୍ରୟାଗରାଜ ରାମପୁରର ଝିଅ ହେଉଛି ସାହିସ୍ତା ।
• ୟୁପି ପୁଲିସରେ ସିପାହୀଭାବେ କାମ କରୁଥିଲେ ସାହିସ୍ତାଙ୍କ ବାପା
• ୬ଭାଇଭଉଣୀ ଭିତରେ ସବୁଠୁ ବଡ ସାହିସ୍ତା ଜଣେ ଗ୍ରାଜୁଏଟ
• ବାହୁବଳୀ ବିଧାୟକ ତଥା ମାଫିଆ ସହ ସାହିସ୍ତାଙ୍କ ୧୯୯୬ ମସିହାରେ ବିବାହ ହୋଇଥିଲା
• ଅତିକର ଅପରାଧ ଦୁନିଆରେ ସାହିସ୍ତା ଜଣେ ଲେଡି ଡନ ଭାବେ ବେଶ ଜଣାଶୁଣା
• ଉମେଶ ପାଲ ହତ୍ୟାକାଣ୍ଡ ପରେ ସାହିସ୍ତା ଫେରାର ରହିଛି
• ଉମେଶ ପାଲ ହତ୍ୟାକାଣ୍ଡ ଷଡଯନ୍ତ୍ର କରିଥିବା ସାହିସ୍ତା ଉପରେ ଅଭିଯୋଗ ରହିଛି
• ୫୦ହଜାର ପୁରସ୍କା ରାଶି ତା ମୁଣ୍ଡରେ ରହିଛି

ଅତିକ-ସାହିସ୍ତାର ୫ଟି ପୁଅ ମଧ୍ୟରୁ ଜଣେ ଏନକାଉଁଟର ଶିକାର ହୋଇଛି । ଦୁଇଜଣ ଆତ୍ମସମର୍ପଣ କରିଛନ୍ତି । ଦୁଇ ନାବାଳକ ପୁଅ ଶିଶୁସୁଧାର ଗୃହରେ ରହିଛନ୍ତି । ସେପଟେ ସାହିସ୍ତାକୁ ନେଇ ସସପେନ୍ସ ଓ ସରେଣ୍ଡର ଦୁଇଟି ଭିନ୍ନ ଭିନ୍ନ ଥିଓରୀ ଚାଲିଛି । ସ୍ୱାମୀ, ପୁଅ ଓ ଦିଅର ମୃତ୍ୟୁ ପରେ ବି ତାର କୌଣସି ପତା ନାହିଁ ।