କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ସମର୍ଥନ କଲେ ଚାଷୀ ନେତା : ପୋଲିସ ବାରିକେଡ୍ ଭାଙ୍ଗି ପ୍ରଦରର୍ଶନୀ ସ୍ଥଳରେ ପହଁଚିଲେ ଆନ୍ଦୋଳନକାରୀ

86

କନକ ବ୍ୟୁରୋ : ବ୍ୟାରିକେଟ ଭାଙ୍ଗିଲେ କୃଷକ । କୃସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ସମର୍ଥନ କରି ଦିଲ୍ଲୀ ଜନ୍ତରମନ୍ତରରେ ପହଂଚିଛନ୍ତି କୃଷକ । ଆଉ ପୁଲିସ୍ ବ୍ୟାରିକେଟ ଭାଙ୍ଗି ଧାରଣା ସ୍ଥଳରେ ପହଂଚିଛନ୍ତି । କୃଷକ ନେତା ରାକେଶ ଟିକାୟତ, ବଳଦେବ ସିଂ ସିର୍ଶା କୃସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଭାରତୀୟ କିସାନ ୟୁନିୟନର କୃଷକମାନେ ସୋମବାର ଦିଲ୍ଲୀରେ ପହଂଚି କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇଛନ୍ତି ।

ଏପ୍ରିଲ ୨୩ ତାରିଖରୁ କୁସ୍ତିଯୋଦ୍ଧାମାନେ ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ମୁଖ୍ୟ ତଥା ବିଜେପି ନେତା ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ଯୌନ ନିର୍ଯ୍ୟତନା ଅଭିଯୋଗ ଆଣି ଧାରଣାରେ ବସିଛନ୍ତି । ନୁଆ ଦିଲ୍ଲୀ ଡିସିପି ପ୍ରଣବ ତୟାଲ କହିଛନ୍ତି, ଏକ କୃଷକ ଗ୍ରୁପକୁ ଧାରଣା ସ୍ଥଳ ଯାଏ ଏସକର୍ଟ ନିଆଯାଉଥିବା ବେଳେ ଏଭଳି ଘଟଣା ଘଟିଛି । ଧାରଣା ସ୍ଥଳରେ ଶୀଘ୍ର ପହଂଚିବାକୁ କିଛି କୃଷକ ବ୍ୟାରିକେଟ ଉପରେ ଚଢିଯିବାରୁ ତାହା ତଳେ ପଡିଯାଇଥିଲା । ପରେ ସେଗୁଡିକୁ ହଟାଇ ଦିଆଯାଇଛି ବୋଲି କହିଛନ୍ତି ।