ଉପକୂଳ ନିକଟତର ହେଉଛି ବାତ୍ୟା ଅସାନି: ଘଣ୍ଟାପ୍ରତି ୨୩ କିମି ବେଗରେ ଗତି କରୁଛି

134

କନକ ବ୍ୟୁରୋ: ଉପକୂଳ ନିକଟତର ହେଉଛି ଭୀଷଣ ବାତ୍ୟା ଅସାନି । ଘଣ୍ଟାପ୍ରତି ୨୩ କିମି ବେଗରେ ଗତି କରୁଛି ବାତ୍ୟା । ପୁରୀଠୁ ଦକ୍ଷିଣ-ପଶ୍ଚିମ ଦିଗରେ ୬୪୦ କିମି ଦୂରରେ କେନ୍ଦ୍ରୀଭୂତ । ଗୋପାଳପୁରଠୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୫୯୦ କିମି ଦୂରରେ ରହିଛି ବାତ୍ୟା । ସେହିପରି କାକିନାଡାଠାରୁ ଦକ୍ଷିଣ-ପଶ୍ଚିମ ଦିଗରେ ୨୧୦ କିମି ଦୂରରେ ରହିଛି । ବିଶାଖାପାଟଣାଠୁ ଦକ୍ଷିଣ-ପଶ୍ଚିମ ଦିଗରେ ୩୧୦ କିମି ଦୂରରେ ।