ଜାମ୍ମୁରେ ପୁଣି ଆତଙ୍କୀ ଆକ୍ରମଣ ! ଆତଙ୍କବାଦୀଙ୍କ ଗୁଳିରେ ୫ ଶ୍ରମିକ ମୃତ୍ୟୁ, ସେନାର ତଲାସି ଅଭିଯାନ ଜାରି

185

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଛେଦ ପରେ ଘାଟିରେ ସବୁଠୁ ବଡ ଆକ୍ରମଣ । ଆତଙ୍କବାଦୀ ଆକ୍ରମଣରେ କୁଲଗାମରେ ୫ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ଓ ଜଣେ ଆହତ ହୋଇଛନ୍ତି । ପ୍ରାଣ ହରାଇଥିବା ସମସ୍ତ ଶ୍ରମିକ ବାହାର ରାଜ୍ୟର । ଜାମ୍ମୁକାଶ୍ମୀର ପୋଲିସର ସୂଚନା ଅନୁଯାୟୀ ଆକ୍ରମଣ ପରେ ସମ୍ପୂର୍ଣ୍ଣ ଅଂଚଳକୁ ସେନା ଘେରାବନ୍ଦି କରିବା ସହ ତଲାସି ଜାରି ରଖିଛି । ଏହା ସହିତ ଅର୍ଦ୍ଧସୁରକ୍ଷା ବଳଙ୍କୁ ମଧ୍ୟ ମଗା ଯାଇଛି । ମୃତ ଶ୍ରମିକମାନଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡିଛି । ୟୁରୋପିୟାନ ୟୁନିୟନର ୨୮ ସାଂସଦ ଘାଟି ଅଂଚଳ ପରିଦର୍ଶନ କରୁଛନ୍ତି । ଏହି ସମୟରେ ଏଭଳି ଅଘଟଣ ଘଟିଛି ।

terrorist attack
source-google

ଆକ୍ରମଣର ୪୮ ଘଂଟା ପୂର୍ବରୁ କାଶ୍ମୀର ଓ ଦିଲ୍ଲୀରେ ବଡ ଧରଣର ଆତଙ୍କୀ ଆକ୍ରମଣର ଆଶଙ୍କା କରି ଆଲର୍ଟ ଜାରି କରିଥିଲା ଗୁଇନ୍ଦା ବିଭାଗ । ଏବଂ ଆତଙ୍କବାଦୀଙ୍କ ଟାର୍ଗେଟରେ ବଡ ସରକାରୀ ଅଫିସ ରହିଥିବା କୁହାଯାଇଥିଲା । ତେବେ କଡା ସୁରକ୍ଷା ବ୍ୟବସ୍ଥା ଯୋଗୁଁ କାଶ୍ମୀରର ଏହି ନିରିହ ଲୋକଙ୍କୁ ହତ୍ୟା କରିଛନ୍ତି ଆତଙ୍କୀ । ଘାଟିରୁ ଧାରା ୩୭୦ ଉଛେଦ ହେବା ପରେ ବିଚଳିତ ହୋଇ ପଡିବା ସହ ସାଧାରଣ ଲୋକଙ୍କୁ କରୁଛନ୍ତି ଟାର୍ଗେଟ ।