ମନ୍ଦିର ପୂଜାରୀର ରାକ୍ଷସ ରୂପ । ମନ୍ଦିରକୁ ପୂଜା କରିବାକୁ ଆସିଥିବା ମହିଳାଙ୍କୁ ବି ଛାଡିଲେନି, ଘରକୁ ଡାକିନେଇ କଲେ ଦୁଷ୍କର୍ମ

58

ମହିଳାଙ୍କ ଇଜ୍ଜତ ସହ ଖେଳ ଖେଳିଲେ ମନ୍ଦିର ପୂଜାରୀ । ଯେଉଁ ମନ୍ଦିରକୁ ଭଗବାନଙ୍କ ଆର୍ଶୀବାଦ ନେବାକୁ ମହିଳା ଯାଇଥିଲେ ସେଠାରେ ତାଙ୍କର ଇଜ୍ଜତ ସହ ଖେଳ ଖେଳିବାକୁ ପଛାଇଲା ନାହିଁ ପୂଜାରୀ । ଅନ୍ୟକୁ ଧର୍ମର ବାଣୀ କହୁଥିବା ପୂଜାରୀର ମନ ଭିତରେ ଯେ, ରାକ୍ଷସ ପ୍ରବୃତ୍ତି ଲୁଚି ରହିଛି ତାହା ବୋଧହୁଏ ମହିଳା ଜଣକ ଜାଣିନଥିଲେ । ଆଉ ଏଭଳି ଏକ ଲଜ୍ଜାଜନକ ଘଟଣା ଗ୍ରେଟର ନୋଏଡାରେ ଦେଖିବାକୁ ମିଳିଛି । ଯେଉଁଠି ଜଣେ ମହିଳାଙ୍କୁ ଜୋର ଜବରଦସ୍ତି ବଳତ୍କାର କରିଛି ମନ୍ଦିର ପୂଜକ । ପୂର୍ବରୁ ଅନେକ ଆତ୍ମଘୋଷିତ ବାବା ଯୌନ ନିର୍ଯ୍ୟାତନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯାଇଥିବା ବେଳେ ମନ୍ଦିର ପୂଜକଙ୍କ ଏଭଳି କାରନାମା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଘଟଣା ଅନୁଯାୟୀ, ଗ୍ରେଟର ନୋଏଡାର ବାଦଲପୁର ଅଞ୍ଚଳର ମାନିକପୁର ଗାଁରେ ଥିବା ପ୍ରାଚୀନ ମନ୍ଦିରରେ ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ଶୁକ୍ରବାର ଅଥାର୍ତ ୯ ଜୁଲାଇରେ ଏହି ମନ୍ଦିରକୁ ଜଣେ ମହିଳା ତାଙ୍କ ନଣନ୍ଦଙ୍କୁ ନେଇ ପୂଜାର୍ଚ୍ଚନା ପାଇଁ ଯାଇଥିଲେ । ତେବେ ସେଠାରେ ଦୀର୍ଘଦିନ ଧରି ପୂଜାରି ଥିବା କହ୍ନେୟା ନନ୍ଦ ମହିଳାଙ୍କୁ ନିଜ ଘର ଭିତରକୁ ଡାକି ଦୁଷ୍କର୍ମ କରିଥିଲେ ।

ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ପୋଲିସ ଅନୁଯାୟୀ, ଘଟଣା ପରେ ଉକ୍ତ ପୂଜାରୀ ମନ୍ଦିରରୁ ଫେରାର ହୋଇଯାଇଛି । କିନ୍ତୁ ମନ୍ଦିର ଭଳି ପବିତ୍ର ସ୍ଥାନରେ ପୂଜାରୀର ଏଭଳି କାରାନାମା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।