ସୁପ୍ରିମକୋର୍ଟକୁ ଅଣଦେଖା କରୁଛନ୍ତି ଟେଲିକମ୍ କମ୍ପାନୀ, ସିମ୍ ପାଇଁ ଏବେ ବି ହେଉଛି ଆଧାରର ବ୍ୟବହାର

49

ସୁପ୍ରିମକୋର୍ଟଙ୍କ ଦ୍ୱାରା ମନା ହେବା ପରେ ମଧ୍ୟ ଚର୍ଚ୍ଚିତ ଟେଲିକମ୍ କମ୍ପାନୀଗୁଡିକ ମୋବାଇଲ ସିମ୍ ଜାରି କରିବାବେଳେ ଇ-କେୱାଇସି ରୂପରେ ଆଧାରର ବ୍ୟବହାର କରୁଛନ୍ତି । ଖବର ମୁତାବକ, ଇ-କେୱାଇସି କିମ୍ବା ଆଧାରର ବାୟୋମେଟ୍ରିକ୍ ସୁବିଧାର ବ୍ୟବହାର କରାଯାଉଛି । ଏଥିରେ ପେପର କାମ କରିବାରେ ସମୟ ନଷ୍ଟ ହୁଏନି ଓ ଉପଭୋକ୍ତାଙ୍କୁ ସହଜରେ ସିମ୍ ମିଳିଯାଏ ।

ଏହାକୁ ନେଇ ଟେଲିକମ୍ କମ୍ପାନୀର ପ୍ରତିନିଧି କହିଲେ କି, ଇ-କେୱାଇସି ଆଧାରର ସେପର୍ଯ୍ୟନ୍ତ ବ୍ୟବହାର କରାଯିବ, ଯେପର୍ଯ୍ୟନ୍ତ ଏହାକୁ ସରକାରଙ୍କ ଦ୍ୱାରା ପ୍ରତିବନ୍ଧିତ ନ କରାଯାଏ । ଏକ ଜଣାଶୁଣା କମ୍ପାନୀର ଅଧିକାରୀଙ୍କ କହିବାନୁସାରେ, “ଆମେ ସୁବିଧାକୁ ରୋକିବା ପାଇଁ ଏହି ମାମଲାକୁ ଟେଲିକମ୍ ବିଭାଗର ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବୁ ।” ୟୁଆଇଡିଏଆଇର ବରିଷ୍ଠ ଅଧିକାରୀ କହିଛନ୍ତି କି, ଟେଲିକମ୍ କମ୍ପାନୀ ଗୁଡିକ ସୁପ୍ରିମକୋର୍ଟଙ୍କ ଆଦେଶରୁ ଭିନ୍ନ ହୋଇପାରେ ।

ସୂଚନାଯୋଗ୍ୟ, ୧ ଅକ୍ଟୋବରରେ ସୁପ୍ରିମକୋର୍ଟଙ୍କ ଆଦେଶକୁ ଚିହ୍ନଟ କରି ୟୁଆଇଡିଏଆଇ ଟେଲିକମ୍ କମ୍ପାନୀ ଗୁଡିକୁ ଏହି ବିଷୟରେ ଲିଖିତ ସୂଚନା ଦେଇଥିଲେ ଯେ, ‘ଆଧାର ସେବାର ବ୍ୟବହାର ମୋବାଇଲ କନେକ୍ସନ୍ ନେବା ବା ମୋବାଇଲ ଭେରିଫିକେସନ୍ କରିବା ପାଇଁ କରାଯାଇପାରିବନି । ଏହା ସହିତ ୧୫ ଅକ୍ଟୋବର ପର୍ଯ୍ୟନ୍ତ ଅପରେଟର୍ସଙ୍କୁ ପ୍ଲାନ ଉପଲବ୍ଧ କରାଇବା ପାଇଁ ବି କୁହାଯାଇଥିଲା ।’ ଆଧାର ଭିନ୍ନ ପ୍ରକ୍ରିୟାରେ ପେପର କାମରେ ବହୁତ ସମୟ ଲାଗୁଥିବାରୁ ମୋବାଇଲ କମ୍ପାନୀ ଗୁଡିକୁ ନୂଆ ପ୍ରକ୍ରିୟା ଆଣିବା ପାଇଁ ସମୟ ଦେବାକୁ ପଡିବ ବୋଲି ଜଣେ ଅଧିକାରୀ କହିଛନ୍ତି ।