ରାଜଧାନୀରେ ଗର୍ଜିଲେ ଅଧ୍ୟାପକ ଓ କର୍ମଚାରୀ : ଲୋୟର ପିଏମଜିରେ ମୁହଁରେ କଳାପଟି ବାନ୍ଧି ପ୍ରତିବାଦ

84

କନକ ବ୍ୟୁରୋ : ନିଖିଳ ଓଡ଼ିଶା ୬୬୨ ବେସରକାରୀ ଅଧ୍ୟାପକ ସଂଘର ପ୍ରତିବାଦ । ମୁହଁରେ କଳା କପଡ଼ା ବାନ୍ଧି ଶତାଧିକ ଅଧ୍ୟାପକଙ୍କ ଧାରଣା । ଗତ ୫୩ ଦିନ ହେଲା ଅଧ୍ୟାପକ ମାନେ ଏହି ଆନ୍ଦୋଳନ ଜାରି ରଖିଛନ୍ତି । ସମାନ ଗ୍ରେଡ଼-ପେକୁ ସମାନ ଦରମାଳ ପେନସନ ପ୍ରଦାନ, ସପ୍ତମ ବେତନ ଦରମା ଲାଗୁ କରିବା ଓ ଅନୁଦାନ ପ୍ରଦାନ କରିବା ଭଳି ଦାବି ରଖିଛନ୍ତି ଶିକ୍ଷକ । ପୂର୍ବରୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପ୍ରଣବ ପ୍ରକାଶ ଦାସଙ୍କ ସହ ଆଲୋଚନା ହୋଇଥିଲା । ଯୁକ୍ତଦୁଇ ମୁଲ୍ୟାୟନ ପୂର୍ବରୁ ସମାଧାନ ପାଇଁ ପ୍ରତିଶ୍ରୁତି ମିଳିଥିବା ବେଳେ ସେମାନଙ୍କ ଦାବି ପୂରଣ ନହେବାରୁ ଆନ୍ଦୋଳନ ଜାରି ରଖିଛନ୍ତି ଶିକ୍ଷକ ।