ଝାରସୁଗୁଡା ଉପନିର୍ବାଚନକୁ ନେଇ ରାଜନୀତି ସରଗରମ : ବିଜେଡି ପାଇଁ ବଳ କଷୁଛନ୍ତି ପର୍ଯ୍ୟବେକ୍ଷକ ସାରଦା ନାୟକ

129

କନକ ବ୍ୟୁରୋ : ଝାରସୁଗୁଡା ଉପ-ନିର୍ବାଚନକୁ ନେଇ ବଢିବାରେ ଲାଗିଛି ନିର୍ବାଚାନୀ ତାତି । ବିଜେଡି ପକ୍ଷରୁ ଦୀପାଳି ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ମାତ୍ର ବିଜେପି କି କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନାହିଁ । ତଥାପି ରାଜନୈତିକ ଦଳ ଭିତରେ ଜୋରଦାର ଚାଲିଛି ବୟାନବାଜି । ବିଜେଡି ପକ୍ଷରୁ ଗଡ ବଜାୟ ରଖିବା ପାଇଁ ବଳ କଷୁଛନ୍ତି ଝାରସୁଗୁଡା ପର୍ଯ୍ୟବେକ୍ଷକ ସାରଦା ନାୟକ । ବିଜେଡି ବହୁମତ ସହ ବିଜୟ ହାସଲ କରିବ ବୋଲି ସେ ଦାବି କରିଛନ୍ତି ।

ସେପଟେ ବିଜେପି କହୁଛି ବିଜେପି ମାରିବ ବାଜି । ଦୁର୍ନୀତି, ଭ୍ରଷ୍ଟାଚାର ଓ ନବ ଦାସ ହତ୍ୟା ମାମଲାକୁ ପ୍ରସଙ୍ଗ କରି ବିଜେଡିକୁ ଘେରିବ ବୋଲି ଯୋଜନା ରଖିଛି ବିଜେପି । ଏହାରି ଭିତରେ ଦୀପାଳି ଦାସ ବିଭିନ୍ନ ସ୍ଥାନ ବୁଲି ନିର୍ବାଚନୀ ପ୍ରଚାର କରୁଛନ୍ତି । ମହିଳା କାର୍ଡ ସହ ଅନୁକମ୍ପା ଭୋଟ୍ ହାତେଇ, ଝାରସୁଗୁଡାରେ ବିଜେଡି ବାଜି ମାରିବ ବୋଲି ଦଳ ଯୋଜନା ରଖିଛି । ସେପଟେ ଝାରସୁଗୁଡାରେ ସକ୍ରିୟ ଥିବା ବିଜେପି ନେତା ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଛି । ନାଁ ଘୋଷଣା ନ ହୋଇଥିଲେ ବି ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପ୍ରଚାର କରିବା ଆରମ୍ଭ କରି ଦେଇଛନ୍ତି ବରିଷ୍ଠ ବିଜେପି ନେତା ।