ସୁନ୍ଦରଗଡରେ ନିର୍ମାଣାଧୀନ ହକି ଷ୍ଟାଡିୟମ ବୁଲି ଦେଖିଲେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ । ଷ୍ଟାଡିୟମ କାମ କେତେ ଆଗେଇଛି କଲେ ଅନୁଧ୍ୟାନ ।

72

କନକ ବ୍ୟୁରୋ: ସୁନ୍ଦରଗଡରେ ନିର୍ମାଣାଧୀନ ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ । ରାଉରକେଲା ବିପିୟୁଟି ପରିସରରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନ । ଏହି ଅନୁଧ୍ୟାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଶିଳ୍ପ ସଚିବ ହେମନ୍ତ ଶର୍ମା, କ୍ରୀଡା ସଚିବ ଭିନେଲ କ୍ରିଷ୍ଣନ୍ ଓ ଇଡକୋ ସଚିବ ଭୁପେନ୍ଦ୍ର ସିଂ । ଷ୍ଟାଡିୟମ୍ କାମ କେତେ ଆଗେଇ ଲାଣି ତାର ଅନୁଧ୍ୟାନ କରିବା ପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ପ୍ରାୟ ୧୫୦ କୋଟି ଟଙ୍କା ବ୍ୟୟରେ ଦେଶର ସର୍ବ ବୃହତ ହକି ଷ୍ଟାଡିୟମ୍ ନିର୍ମାଣ ହେଉଛି । ୨୦୨୩ରେ ଏହି ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍ ଅନୁଷ୍ଠିତ ହେବ । ହକି ଷ୍ଟାଡିୟମ୍ ସମେତ ରାଉରକେଲା ଛେଣ୍ଡ ସ୍ଥିତ ଶୀତଳ ଭଣ୍ଡାର, ଛେଣ୍ଡ ହାଟ ବୁଲି ଦେଖିଛନ୍ତି ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ।