‘ସୁନ୍ଦରୀ’ ଫେରିଯିବ ବାନ୍ଧବଗଡ ! ରାଜ୍ୟ ସରକାରଙ୍କୁ ଏନଟିସିଏର ଚିଠି…କହିଲା ଗାଇଡଲାଇନ ପାଳନ କରିବାରେ ବିଫଳ ଓଡିଶାର ବନ ବିଭାଗ

ବନ ବିଭାଗର ଚରମ ଅବହେଳା ପାଇଁ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପକୁ ବନ୍ଦ କଲା ଏନଟିସିଏ

599

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ସୁନ୍ଦରୀ । ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଲା ଏନଟିସିଏ । ରାଜ୍ୟ ସୀମା ଡିଆଁଇ ଯେତେବେଳେ ୨ଟି ବାଘକୁ ଓଡିଶାକୁ ଅଣାଯାଇଥିଲା, ସେତେବେଳେ ସାରା ଦେଶର ନଜର ଥିଲା ରାଜ୍ୟ ବନବିଭାଗର କାର୍ଯ୍ୟଦକ୍ଷତା ଉପରେ । କାରଣ ଏହି ପ୍ରକଳ୍ପର ଭବିଷ୍ୟତ ଉପରେ ନିର୍ଭର କରୁଥିଲା ଅନେକ କିଛି । ହେଲେ ବନ ବିଭାଗର ଚରମ ଅବହେଳା ପାଇଁ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପକୁ ବନ୍ଦ କରିଦେଇଛି ଏନଟିସିଏ । ଏଥିସହ ଯେଉଁ ଟିପ୍ପଣୀ ରଖିଛି ତାର ମହତ୍ୱ ବେଶ ଅଧିକ ।

ରାଜ୍ୟ ସରକାରଙ୍କୁ ଲେଖାଯାଇଥିବା ଚିଠିରେ କୁହାଯାଇଛି, ବଡ କଥା ହେଉଛି, ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର ଏନକ୍ଲୋଜରରେ ବନ୍ଦୀ ଥିବା ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶକୁ ଫେରାଇନିଆଯିବ । ତୁରନ୍ତ ଏହି ବାଘୁଣୀକୁ କାହ୍ନା ଅଭୟାରଣ୍ୟର ଘୋରେଲା କେନ୍ଦ୍ରକୁ ନେବା ପାଇଁ କଡା ଚିଠି ଲେଖି ଜଣାଇଛି ଏନଟିସିଏ ।

ମଧ୍ୟପ୍ରଦେଶରୁ ବାଘକୁ ଆଣି ରାଜ୍ୟ ଜଙ୍ଗଲରେ ଛାଡି ଯେତିକି ବାହାବା ଲୁଟିଥିଲେ ରାଜ୍ୟ ସରକାର, ତାର ଅସଲ ମୁଖାକୁ ଏବେ ଖୋଲିଦେଇଛି ଏନଟିସିଏ । ଯୋଜନା ଯେଉଁଭଳି ଭାବେ କରାଯାଇଥିଲେ, ବାସ୍ତବତାରେ ତାର ସଫଳ ରୁପାୟନ ହୋଇପାରିଲା ନାହିଁ । ବଡ କଥା ହେଉଛି, ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର ଏନକ୍ଲୋଜରରେ ବନ୍ଦୀ ଥିବା ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶକୁ ଫେରାଇ ନିଆଯିବ ।