ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ: କୁଲଦୀପ, ଜାଡେଜାଙ୍କ ସ୍ପିନର ଯାଦୁ। ୧୧୪ ରନରେ ଅଲଆଉଟ୍ ହେଲା ୱେଷ୍ଟଇଣ୍ଡିଜ୍

1,059

କନକ ବ୍ୟୁରୋ: ୧୧୪ ରନରେ ଅଲଆଉଟ୍ ହେଲା ୱେଷ୍ଟଇଣ୍ଡିଜ୍ । କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜାଙ୍କ ସ୍ପିନର ଯାଦୁରେ ଫସିଛି ୱେଷ୍ଟଇଣ୍ଡିଜ ଦଳ । କୁଳଦୀପ ୪ଟି ୱିକେଟ ନେଇଥିବା ବେଳେ ଜାଡେଜା ୩ଟି ସଫଳତା ପାଇଛନ୍ତି ।

ୱେଷ୍ଟଇଣ୍ଡିଜ୍ ଦଳ ପକ୍ଷରୁ ସାଇ ହୋପ୍ ୪୩ ରନ କରିଥିବା ବେଳେ ଆଉ କୌଣସି ଖେଳାଳି ଭାରତୀୟ ବୋଲିଂର ସାମ୍ନା କରିପାରିନଥିଲେ । ମାତ୍ର ୨୩ ଓଭରରେ ୧୧୪ ରନରେ ପୂରା ଟିମ୍ ଅଲଆଉଟ ହୋଇଯାଇଛି । ଭାରତ ଆଗରେ ୧୧୫ରନର ବିଜୟ ଲକ୍ଷ୍ୟ ରହିଛି ।