ନଗଡା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗର ବୈଠକ

18

ଯାଜପୁର : ଯାଜପୁର ଜିଲ୍ଲା ନଗଡା ଶିଶୁ ମଡକ ଘଟଣାରେ ବିଳମ୍ବରେ ହେଲେ ମଧ୍ୟ ଚେତିଛନ୍ତି ରାଜ୍ୟ ସରକାର । ନଗଡାର ବିକାଶ ପାଇଁ ଆଜି ଯୋଜନା ସଂଯୋଜନ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ସଂଯୋଜନ ବିଭାଗର ମୁଖ୍ୟ ଥିବା ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ବିଜୁଳି, ସ୍ୱାସ୍ଥ୍ୟ, ଗମାନଗମନ ଓ ପାନୀୟ ଜଳ ଯୋଗାଇ ଦେବାପାଇଁ ପଦକ୍ଷେପ ନିଆଯିବ । ଏସବୁ କ୍ଷେତ୍ରରେ ବିକାଶ ପାଇଁ ବିଭାଗୱାରୀ ନୋଡାଲ ଅଫିସର ନିଯୁକ୍ତ ହେବେ । ଏମାନେ ଉନ୍ନୟନ କମିଶନରଙ୍କୁ ସିଧାସଳଖ ରିପୋର୍ଟ କରିବେ ।