ଆତଙ୍କବାଦୀ ଗୁଳିରେ କନେଷ୍ଟବଳ ନିହତ । କନେଷ୍ଟବଳ ସୌଫୁଲ୍ଲା କାଦରୀଙ୍କ ମୃତ୍ୟୁ ।

73

କନକ ବ୍ୟୁରୋ : ଜମ୍ମୁକାଶ୍ମୀର ଶ୍ରୀନଗରର ସୌରା ଅଞ୍ଚଳରେ ଜଣେ ଆତଙ୍କବାଦୀ ପୋଲିସ କନେଷ୍ଟବଳଙ୍କୁ ହତ୍ୟା କରିଛି । ଆତଙ୍କବାଦୀଙ୍କ ଗୁଳିରେ କନେଷ୍ଟବଳ ନିହତ ହୋଇଛନ୍ତି । ସେ ଘରେ ଥିବା ବେଳେ ତାଙ୍କ ଉପରେ ଗୁଳି କରାଯାଇଥିଲା । ନିହତ କନେଷ୍ଟବଳ ସୌଫୁଲ୍ଲା କାଦରୀଙ୍କୁ ଗୁଳିଲାଗିବା ପରେ ଡାକ୍ତରଖାନା ନିଆଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ଝିଅ ମଧ୍ୟ ଏଥିରେ ଆହତ ହୋଇଛନ୍ତି । ତାଙ୍କ ଅବସ୍ଥା ସୁସ୍ଥ ଥିବା ବେଳେ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ରହିଛି । ସୋମବାର ଜମ୍ମୁକାଶ୍ମୀର ପୋଲିସ କହିଥିଲା ଯେ ଲସ୍କରର ୫ ଆତଙ୍କବାଦୀ ଗିରଫ କରାଯାଇଛି । ଏଥିରୁ ତିନି ଜଣ ଗତମାସରେ ସରପଞ୍ଚଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ଥିଲେ ।