ହେତୁବାଦୀଙ୍କ ଜଗନ୍ନାଥଙ୍କ ପ୍ରତି ଅଶାଳୀନ ମନ୍ତବ୍ୟକୁ ବିରୋଧ : ଥାନାରେ ଏତଲା, ରାଜ୍ୟବ୍ୟାପୀ ଆନ୍ଦୋଳନ ପାଇଁ ଦାବି

78

କନକ ବ୍ୟୁରୋ : ହେତୁବାଦୀ ଜଗନ୍ନାଥଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ନେଇ ଓଡିଶା ମନ୍ଦିର ସେବାୟତ ସଙ୍ଘ ଓ ଶ୍ରୀମନ୍ଦିର ସେବାୟତ ସଙ୍ଘ ପକ୍ଷରୁ ବିରୋଧ । ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ କରିବା ସହ ସିଂହଦ୍ୱାରା ଥାନାରେ ଏନେଇ ଏତଲା ଦେଇଛନ୍ତି । ଆଗାମୀ ଦିନରେ ରାଜ୍ୟ ସରକାର ଏନେଇ ପଦକ୍ଷେପ ନ ନେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ପ୍ରସଙ୍ଗରେ ପଦକ୍ଷେପ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଶ୍ରୀମନ୍ଦିର ସେବାୟତ ସଙ୍ଘ ।