‘କେହି ନୁହେଁ କିଛି ନୁହେଁ’ : ବିଶିଷ୍ଟ ଲେଖକ ଶ୍ରୀକାନ୍ତ ମିଶ୍ରଙ୍କ ଦ୍ୱାରା ରଚିତ ଉପନ୍ୟାସ

69

କନକ ବ୍ୟୁରୋ : ବିଶିଷ୍ଟ ଲେଖକ ତଥା ଔପନ୍ୟାସିକ ଶ୍ରୀକାନ୍ତ ମିଶ୍ରଙ୍କ ଉପନ୍ୟାସ ‘କେହି ନୁହେଁ କିଛି ନୁହେଁ’ ଉନ୍ମୋଚିତ ହୋଇଛି । ସୁଭଦ୍ରା ଯୋଗୋମାୟା ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଉନ୍ମୋଚିତ ଏହି ପୁସ୍ତକ ରାଜନୀତି, ଅର୍ଥନୀତି ଓ ସମାଜବାଦକୁ ନେଇ ଗତିଶୀଳ ।

ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଶ୍ରୀ ମିଶ୍ର ପ୍ରଥମ କରି ଏକ ସୁଖପାଠ୍ୟ ଗଦ୍ୟ ଲେଖିଛନ୍ତି। ଯାହା ବିଶେଷ ପାଠକାଦୃତି ପାଇବ ବୋଲି ମୁଁ ଆଶା କରୁଛି। ଏଥିରେ ସେ ନିଜ ଜୀବନର ଅତୀତର ଦାରିଦ୍ର୍ୟରୁ ବର୍ତ୍ତମାନର ସଫଳତା‌ ବିଷୟରେ ଅନେକ କିଛି ଲେଖିଛନ୍ତି। ବିଶେଷକରି ତାଙ୍କ ଆତ୍ମଜୀବନୀ, ନିଜସ୍ବ ଅଭିଜ୍ଞତା ଏଥିରେ ପ୍ରତିଫଳିତ ହୋଇଛି। ଏହାକୁ ପଢ଼ିବା ଦ୍ବାରା ଜଣେ ଡିଗ୍ରିଧାରୀ ସ୍ବପ୍ନଦ୍ରଷ୍ଟା ଦିଶାହୀନ ଯୁବକ ଠିକ୍‌ ରାସ୍ତା ପାଇପାରିବ। ଏହାସହ ସମକାଳୀନ ରାଜନୈତିକ ଦୃଶ୍ୟପଟ୍ଟରେ ଏଭଳି ଏକ ସମାଲୋଚନାଧର୍ମୀ ପୁସ୍ତକ ବିଶେଷ ଗୁରୁତ୍ବ ବହନ କରୁଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ବରିଷ୍ଠ ଲେଖକ ପ୍ରଫେସର ଶାନ୍ତନୁ ଆଚାର୍ଯ୍ୟ, ଓଡ଼ିଶା ଉଚ୍ଚନ୍ୟାୟାଳୟର ପୂର୍ବତନ ବିଚାରପତି ବୀର କିଶୋର ମିଶ୍ର, ଶିକ୍ଷାବିତ ବଦ୍ରିନାଥ ପଟ୍ଟନାୟକ ଓ ପୁସ୍ତକର ପବ୍ଲିସର କ୍ଷୀରୋଦ କୁମାର ପତି ପ୍ରମୁଖ ଯୋଗଦେଇଥିଲେ । ଏହି ଉପନ୍ୟାସ ପଢିବା ଦ୍ୱାରା ଜଣେ ଡିଗ୍ରୀଧାରୀ ସ୍ୱପ୍ନଦ୍ରଷ୍ଟା ଦିଶାହୀନ ଯୁବ ଠିକ୍ ରାସ୍ତା ପାଇପାରିବ ବୋଲି କହିଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଏହା ସହ ସମକାଳୀନ ରାଜନୈତିକ ଦୃଶ୍ୟପଟ୍ଟରେ ଏପରି ଏକ ସମାଲୋଚନାଧର୍ମୀ ପୁସ୍ତକ ବେଶ୍ ଗୁରୁତ୍ୱ ବହନ କରୁଛି ବୋଲି ସେ କହିଥିଲେ ।